ଡିଜିଟାଲ ହେଉଛି ଇଣ୍ଡିଆ ! ୨୦୧୯ ପର୍ଯ୍ୟନ୍ତ ସାରା ଦେଶରେ ଏକ ଲକ୍ଷ ୱାଇଫାଇ ସ୍ପଟ ସ୍ଥାପନା କରିବ ବିଏସଏନଏଲ୍

134

ଲାଗୁଛି ମୋଦିଙ୍କ ଡିଜିଟାଲ ଇଣ୍ଡିଆ ସ୍ୱପ୍ନ ଧୀରେ ଧୀରେ ସାକାର ହେବାରେ ଲାଗିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶକୁ ଡିଜିଟାଲ କରିବା ପାଇଁ ବିଭିନ୍ନ ପ୍ରୟାସ ଜାରି ରଖିଛନ୍ତି । ଏହାସହ ଦେଶରେ ଡିଜିଟାଲ ଟ୍ରାନଜାକ୍ସନ ବଢ଼ାଇବା ପାଇଁ ଲୋକଙ୍କୁ ପରାମର୍ଶ ଦେଉଛନ୍ତି । ମୋଦିଙ୍କ ଡିଜିଟାଲ ଇଣ୍ଡିଆର ସ୍ୱପ୍ନକୁ ଅନେକ ଟେଲିକମ କମ୍ପାନୀ ମଧ୍ୟ ସାହାଯ୍ୟ ସହଯୋଗ କରିବାର ଦେଖାଯାଉଛି । ଏନେଇ ଟେଲିକମ କମ୍ପାନୀ ଗୁଡ଼ିକ ଅନେକ ଯୋଜନା ମଧ୍ୟ ଆରମ୍ଭ କରିଦେଲେଣି । ସାର୍ବଜନିକ ଦୂରସଞ୍ଚାର କମ୍ପାନୀ ବିଏସଏନଏଲ ୨୦୧୯ ମାର୍ଚ୍ଚ ପର୍ଯ୍ୟନ୍ତ ଦେଶ ସାରା ଏକ ଲକ୍ଷ ୱାଇଫାଇ ସ୍ପଟ ସ୍ଥାପନ କରିବ ବୋଲି ସୂଚନା ମିଳିଚି । ବିଏସଏନଏଲ କମ୍ପାନୀର ଅଧ୍ୟକ୍ଷ ଓ ପ୍ରବନ୍ଧ ନିବେଶକ ଅନୁପମ ଶ୍ରୀବାସ୍ତବ ଆଜି ଏହାର ଘୋଷଣା କରିଛନ୍ତି ।

ସେ କହିଛନ୍ତି, ୨୦୧୯ ମାର୍ଚ୍ଚ ପର୍ଯ୍ୟନ୍ତ ଦେଶ ସାରା ୨୦୧୯ ରେ ଏକ ଲକ୍ଷ ୱାଇଫାଇ ସ୍ପଟ ସ୍ଥାପନ କରିବା ପାଇଁ ଯୋଜନା ରହିଛି । ଏହି ଯୋଜନା ଅନୁସାରେ ପ୍ରାୟ ୨୫,୦୦୦ ୱାଇଫାଇ ସ୍ପଟ ଗ୍ରାମ୍ୟ ଅଂଚଳରେ ସ୍ଥାପନ କରାଯିବ । ଏହାବ ବ୍ୟତୀତ ଶ୍ରୀବାସ୍ତବ କହିଛନ୍ତି, ସାର୍ବଭୌମ ସେବା ଦାୟିତ୍ୱ କୋଷ (ୟୁଏସଓଏଇ) ଗ୍ରାମୀଣ ଅଞ୍ଚଳରେ ୱାଇଫାଇ ହଟସ୍ପଟ ସ୍ଥାପନ ପାଇଁ ଆର୍ଥିକ ସହଯୋଗ ଯୋଗାଇବ । କମ୍ପାନୀ ୭୦,୦୦୦ ୱାଇଫାଇ ହଟସ୍ପଟ ସ୍ଥାପନ କରିବା ପାଇଁ ପାଖାପାଖି ୧୮୦୦ କୋଟି ଟଙ୍କା ନିବେଶ କରିବ ଓ ୟୁଏସଏସଓଏଇ ୯୦୦ କୋଟି ଟଙ୍କା ସାହାଯ୍ୟ କରିବ । ଏଥିରେ ୨୫୦୦ ହଟସ୍ପଟ ଯୋଗୁଁ ୩ବର୍ଷ ପର୍ଯ୍ୟନ୍ତ ପରିଚାଳନା ଖର୍ଚ୍ଚ ମଧ୍ୟ ସାମିଲ ରହିଛି । ଶ୍ରୀବାସ୍ତବ କହିଛନ୍ତି , ରାଜସ୍ୱ ଭାଗୀଦାବୀ ମଡ଼େଲରେ ବିଏସଏନଏଲରେ ପୁଞ୍ଜିରେ ନିବେଶ କରିବା କିଛି ଦରକାର ନାହିଁ ।

ଏହି ଘୋଷଣା ସମୟରେ ଶ୍ରୀବାସ୍ତବ, କମ୍ପାନୀର ଜିଏସଟି ଆପ ମଧ୍ୟ ଉପସ୍ଥାପନ କରିଛନ୍ତି । ରିଟର୍ଣ୍ଣ ଫାଇଲ କରିବା ସହ ଅନ୍ୟ ସେବା ପାଇଁ ଏହି ୱେବ ଆଧାରିତ ଆପର ବ୍ୟବହାର ସ୍ମାର୍ଟଫୋନ୍, ଟାବଲେଟ, କମ୍ପ୍ୟୁଟର ଜରିଆରେ ମଧ୍ୟ କରାଯାଇପାରିବେ । କମ୍ପାନୀ ଖୁବ ଶୀଘ୍ର ଏହାର ମୋବାଇଲ ଆପ୍ ମଧ୍ୟ ଉପସ୍ଥାପନ କରିବ । ବିଏସଏନଏଲର ମହାପ୍ରବନ୍ଧକ ୱାଇ.ଏନ ସିଂ କହିଛନ୍ତି ଏସବୁ ଗୁଡ଼ିକ ପ୍ରିପେଡ଼ ସେବା । ଏହି ଆପ୍ଲିକେସନର ମୋବାଇଲ ଭର୍ସନ ଓ ମୋବାଇଲ ଆପ ମଧ୍ୟ ତିଆରି ହେଉଛି । ଯାହା ମାତ୍ର ଗୋଟିଏ ମାସ ମଧ୍ୟରେ ଗ୍ରାହକ ବ୍ୟବହାର କରିପାରିବେ । ଏହି ଆପକୁ କମ୍ପାନୀ ଇଂରାଜୀ, ହିନ୍ଦୀ ସହ କିଛି ଆଞ୍ଚଳିକ ଭାଷାରେ ଉପଲବ୍ଧ କରାଇବ ବୋଲି ସୂଚନା ।