ଯୌନ ଉତ୍ପୀଡ଼ନ ଓ ଦଷ୍କର୍ମରୁ ବଂଚିବା ନାଁରେ ବାଳିକାଙ୍କୁ ନିର୍ଯ୍ୟାତନା : ଇଂଲଣ୍ଡରେ ଆଫ୍ରିକୀୟ ବଂଶୋଦ୍ଭବ ବାଳିକା ଆପଣାଉଛନ୍ତି ଏହି ଯନ୍ତ୍ରଣାଦାୟକ ଉପାୟ

423

ଅବାଞ୍ଛିତ ପୁରୁଷ ଦୃଷ୍ଟି, ଯୌନ ଉତ୍ପୀଡ଼ନ ଓ ଦୁଷ୍କର୍ମ ଏଡ଼ାଇବାକୁ ଇଂଲଣ୍ଡର ବାଳିକାମାନେ ଅନୁସରଣ କରୁଛନ୍ତି ଗୋଟିଏ ଆଫ୍ରିକୀୟ ଉପାୟ। ଏଥିରେ ପଥରକୁ ତତାଇ ଛାତିରେ ସେକ ଦେଇ ବକ୍ଷ ଉନ୍ନତ ହେବାରେ ବିଳମ୍ବ କରାଯାଉଛି ।

ଲଣ୍ଡନ୍, ୟର୍କସାୟର୍, ଇସେକ୍ସ ଏବଂ ପଶ୍ଚିମ ମିଡଲାଣ୍ଡସରେ ଥିବା କେତେକ ଆଫ୍ରିକୀୟ ବଂଶୋଦ୍ଭବ ସମ୍ପ୍ରଦାୟର ବାଳିକାମାନେ ଏଭଳି ଯନ୍ତ୍ରଣାଦାୟକ ସେକର ସରବ୍ୟ ହେଉଛନ୍ତି ବୋଲି ଶନିବାର ଦିନ ପ୍ରକାଶ ପାଇଛି ‘ଦି ଗାର୍ଡିଆନ୍’ ନାମକ ଖବରକାଗଜରେ। ଏହି ପ୍ରଥାକୁ ଜାତିସଂଘ ଲୁଚାଛପାରେ ଚାଲିଥିବା ୫ଟି ବିଶ୍ୱସ୍ତରୀୟ ଅପରାଧ ଏବଂ ଲିଙ୍ଗଗତ ହିଂସା ଭାବେ ବର୍ଣ୍ଣନା କରିଛି।

ମାଆମାନେ ଏହି ପ୍ରଥାକୁ ବାଳିକାମାନଙ୍କ ପାଇଁ ପାରମ୍ପରିକ ସୁରକ୍ଷା ବୋଲି ବିଚାର କରୁଥିବା ବେଳେ ଡାକ୍ତର ଏବଂ ପୀଡ଼ିତାଙ୍କ ମତରେ ଏହା ନିର୍ଯ୍ୟାତନା। ଏହା ଶାରୀରିକ, ମାନସିକ କ୍ଷତ, ସଂକ୍ରମଣ, ସ୍ତନ୍ୟପାନ କରାଇବା ଅକ୍ଷମତା, ବିକଳାଙ୍ଗ ଓ ସ୍ତନ କର୍କଟ। ଦକ୍ଷିଣ ଲଣ୍ଡନର କ୍ରୋୟଡନ୍ ସହରରେ ଏଭଳି ୧୫-୨୦ଟି ଘଟଣା ଘଟିଥିବା କଥା ଜଣେ ସାମାଜିକ କର୍ମୀ କହିଛନ୍ତି। ମାଆ, ମାଉସୀ ବା ଜେଜେମାଆମାନେ ଏହି ପଥର ସେକ ଦିଅନ୍ତି। ବକ୍ଷର ଟିସୁ ଭାଙ୍ଗିବାକୁ ଏହି ସେକ ସପ୍ତାହକୁ ଥରେ, ଦୁଇ ସପ୍ତାହକୁ ଥରେ ଦିଆଯାଏ। ସେମାନଙ୍କ ନିକଟରେ ଏ ସଂକ୍ରାନ୍ତ କୌଣସି ଅଭିଯୋଗ ନାହିଁ ଏବଂ ଏହା ଚାଲିଥିବା କଥା ସନ୍ଦେହ ହେଉଛି ବୋଲି ପୁଲିସ କହିଛି।