୧୦ ବର୍ଷୀୟ ଆର୍ଦ୍ରିକା ଓ ୧୪ ବର୍ଷୀୟ କାର୍ତ୍ତିକଙ୍କୁ ମିଳିବ ସାହସିକତା ପୁରସ୍କାର, ରାଷ୍ଟ୍ରପତି କରିବେ ସମ୍ମାନିତ । ଜାଣନ୍ତୁ ଭାଇ-ଭଉଣୀଙ୍କ ସାହସିକତା କାହାଣୀ

160

୧୦ ବର୍ଷୀୟ ଝିଅ ଆର୍ଦ୍ରିକା ଓ ତାର ୧୪ ବର୍ଷୀୟ ଭାଇ କାର୍ତ୍ତି କଙ୍କୁ ସାହସିକତା ପୁରସ୍କାର ଶ୍ରେଣୀରେ ଜାତୀୟ ଶିଶୁ ପୁରସ୍କାର ପାଇଁ ଚୟନ କରାଯାଇଛି । ଗତ ବର୍ଷ ୨ ଏପ୍ରିଲକୁ ମଧ୍ୟ ପ୍ରଦେଶର ମୁରୈନାରେ ଭାରତ ବନ୍ଦ ସମୟରେ ପଥରମାଡ ଓ ଫାୟରିଙ୍ଗ ମଧ୍ୟରେ ଟ୍ରେନରେ ଫସି ରହିଥିବା ଯାତ୍ରୀଙ୍କୁ ଖାଦ୍ୟ ପହଂଚାଇବା ପାଇଁ ତାଙ୍କୁ ଏହି ଆୱାର୍ଡ ମିଳିବ । ରାଷ୍ଟ୍ରପତି ୨୪ ଜାନୁୟାରୀରେ ତାଙ୍କୁ ସମ୍ମାନିତ କରିବେ । ଜାଣନ୍ତୁ ଆର୍ଦ୍ରିକା ଓ କାର୍ତ୍ତିକଙ୍କ କାହାଣୀ ।

ଗତ ବର୍ଷ ଏପ୍ରିଲ ୨ରେ ଭାରତ ବନ୍ଦ ଆନ୍ଦୋଳନ ପାଇଁ ସ୍କୁଲରେ ଛୁଟି ଥିଲା । ସେମାନେ ଦୁଇ ଭାଇ-ଭଉଣୀ ଟିଭି ଦେଖୁଥିଲେ । ଟିଭିରେ ଦେଖିଲେ କି, ଆନ୍ଦୋଳନ ହିଂସାତ୍ମକ ହୋଇଯାଇଛି । ସହରରେ ଫାୟରିଙ୍ଗ ଓ ପଥରମାଡ ଚାଲିଛି । ଆନ୍ଦୋଳନକାରୀ ଟ୍ରେନ୍ କୁ ବି ରୋକି ଦେଇଛନ୍ତି । ହଜାର ଯାତ୍ରୀ ୬ଘଣ୍ଟା ଧରି ଭୋକରେ ଫସି ରହିଛନ୍ତି । ସେମାନେ ଭାବିଲେ କି, ଟ୍ରେନରେ ଫସିରହିଥିବା ଯାତ୍ରୀଙ୍କୁ ସାହାଯ୍ୟ କରିବେ । ସେମାନେ ଘରୁ ଲୁଚିଛପି ଖାଇବା ଜିନିଷ ଏକ ଥଳୀରେ ଭର୍ତ୍ତି କଲେ ଓ ନିକଟବର୍ତ୍ତୀ ଷ୍ଟେସନକୁ ବାହାରିଗଲେ, ଯାହାକି ୩୦୦ ମିଟର ଦୂରରେ ଥିଲା । ମାଆ ପଚାରିବାରୁ ଏଠି ଅଛୁ ବୋଲି କହି ଚାଲିଗଲେ । ରାସ୍ତାରେ ପୁଲିସକର୍ମୀ ଆଗକୁ ବିପଦ ଅଛି କହି ଘରକୁ ଫେରିବାକୁ କହିଥିଲେ, ତଥାପି ବି ସେମାନେ ପୁଲିସ ଠାରୁ ଲୁଚି ଟ୍ରେନ୍ ପର୍ଯ୍ୟନ୍ତ ପହଂଚି ଯାଇଥିଲେ ।

ଟ୍ରେନରେ ଉପସ୍ଥିତ ଲୋକଙ୍କୁ ଖାଦ୍ୟ ବାଣ୍ଟିଲେ ତ କେହି ବିଶ୍ୱାସ କରିପାରିଲେନି । ଜଣେ ମହିଳା କହିଲେ କି, “ତୁମେ ଖାଇବା ଆଣିନଥିଲେ ମୋ ପିଲାମାନେ ଭୋକିଲା ରହିଥାନ୍ତେ ।” ଯେତେବେଳେ ସେମାନଙ୍କ ପରିବାର ଲୋକ ଜାଣିଲେ, ତାଙ୍କ ବାପା ଏ ବିଷୟରେ ଆୱାର୍ଡ ପାଇଁ ମହିଳା ଏବଂ ଶିଶୁ ବିକାଶ ମନ୍ତ୍ରାଳୟର ୱେବସାଇଟ୍ ଜରିଆରେ ଅନଲାଇନ ଆବେଦନ କରଥିଲେ । ପରେ ଦିଲ୍ଲୀରୁ ଦୁଇ ଜଣ ଅଫିସର ଆସି ଘଟଣାର ସତ୍ୟତା ଯାଂଚ କରିଥିଲେ । ଆର୍ଦ୍ରିକା ଓ କାର୍ତ୍ତି କ କହିଲେ କି, ସେମାନେ ବଡ ହୋଇ ଆଇଏଏସ୍ ଓ ଆଇପିଏସ୍ ଅଧିକାରୀ ହେବାକୁ ଚାହୁଁଛନ୍ତି ।