ୱାଇଫାଇ ସହର ହେବ ବ୍ରହ୍ମପୁର : ପ୍ରଥମ ପର୍ଯ୍ୟାୟରେ ୬ଟି ସ୍ଥାନରେ ଲାଗିବ ୱାଇଫାଇ ମୋଡେମ୍ 

ଜଣେ ବ୍ୟକ୍ତି ବ୍ୟବହାର କରିପାରିବେ ୧ ଜିବି ଡାଟା

183

କନକ ବ୍ୟୁରୋ : ବ୍ରହ୍ମପୁର ସହରରେ ଲାଗିବ ୱାଇଫାଇ । ଏଥିପାଇଁ ବ୍ରହ୍ମପୁର ମହାନଗର ନିଗମ ପକ୍ଷରୁ କାର୍ଯ୍ୟ ଶେଷ ହୋଇଛି । ପ୍ରଥମ ପର୍ଯ୍ୟୟରେ ୬ଟି ସ୍ଥାନରେ ଲଗାଯାଇଛି ୱାଇଫାଇ ମୋଡେମ୍ । ଆସନ୍ତା ୧ ତାରିଖ ଠାରୁ ସହରବାସୀ ମାଗଣା ଇଂଟରନେଟର ସୁବିଧା ପାଇ ପାରିବେ । ତେବେ ଏହି ମାଗଣା ଇଂଟରନେଟକୁ ବିଭିନ୍ନ ମହଲରେ ସ୍ୱାଗତ କରିଛନ୍ତି ।

BRAHMAPUR WIFI

 

ରେଶମ ସହରରେ ଉପଲବ୍ଧ ହେବ ୱାଇଫାଇ ସେବା । ସହରବାସୀ ମାଗଣାରେ ବ୍ୟବହାର କରିପାରିବେ ଇଂଟରନେଟ୍ ।  ସହରର ଚିତ୍ର ବଦଳେଇବା ପଦକ୍ଷେପ ନେଉଛି ମହାନଗର ନିଗମ । ଏହିକ୍ରମରେ ଏବେ ସହରରେ ବିଭିନ୍ନ ସ୍ଥାନରେ ଲାଗିଛି ୱାଇଫାଇ ।

  • ୱାଇଫାଇ ପାଇଁ ୧ କୋଟି ୫୦ ହଜାର ଟଙ୍କାର ବ୍ୟୟ ଅଟଳଳ କରାଯାଇଛି ।

 

  • ପ୍ରଥମ ପର୍ଯ୍ୟାୟରେ ଖଲିକୋଟ ବିଶ୍ୱ ବିଦ୍ୟାଳୟ ଠାରୁ ବିଏମସି ଅଫିସ ଯାଏଁ ୱାଇଫାଇ ଲାଗିଛି ।

 

  • ଜଣେ ବ୍ୟକ୍ତି ଦୈନିକ ୧ ଜିବି ଡ଼ାଟା ବ୍ୟବହାର କରିପାରିବେ ।
  • ୨୦୦୦ ଗ୍ରାହକଙ୍କ ପାଇଁ ୫୦୦ ଏମ୍ବିପିସ୍ ସ୍ପିଡ଼ ରହିବ ।

 

  • ଆସନ୍ତା ୧ ଅର୍ଥାତ୍ ଡିସେମ୍ବର ପହିଲାରୁ ଏହି ସେବା ପାଇ ପାରିବେ ବ୍ରହ୍ମପୁରବାସୀ ।
source : Redes Zone

ସହରରେ ୱାଇଫାଇ ସେବାକୁ ବିଭିନ୍ନ ମହଲରେ ସ୍ୱାଗତ କରାଯାଇଛି  । ଆଧୁନିକ ଯୁଗରେ ଇଂଟରନେଟର ଚାହିଦା ବଢିଥିବା ବେଳେ ଛାତ୍ରଛାତ୍ରୀଙ୍କ ପାଠ ପଢାରେ ସହାୟକ ହେବ ବୋଲି କୁହାଯାଉଛି  ।

Comments are closed.