ଧାଡିରେ ଛିଡା ହେବାକୁ ଭଡାରେ ମିଳୁଛନ୍ତି ଲୋକ ! ଷ୍ଟାର୍ଟ ଅପର ନୂଆ ଫଣ୍ଡା

61

ବଡ ନୋଟ୍ ବ୍ୟାନ୍ ହେବା ପରେ ହନ୍ତସନ୍ତ ହେଉଛନ୍ତି ସାଧାରଣ ଲୋକ । ଏଟିଏମରୁ ଟଙ୍କା ଉଠାଇବା ପାଇଁ ଘଂଟା ଘଂଟା ଲାଇନରେ ଛିଡା ହେବା ସହ କିଛି ସ୍ଥାନରେ ଧସ୍ତାଧସ୍ତି ଭଳି ଦୃଶ୍ୟ ମଧ୍ୟ ସାମ୍ନାକୁ ଆସିଛି । କିନ୍ତୁ ଏସବୁ ପରେ ବି ହାତକୁ ଟଙ୍କା ବଦଳରେ ଆସୁଛି ନିରାଶ । ଆଉ ଯାହାର ଫାଇଦା ନେବା ପାଇଁ ସକ୍ରିୟ ହୋଇପଡିଛନ୍ତି ଦଲାଲ୍ । ତେବେ କିଛି ସଂସ୍ଥା ମଧ୍ୟ ଏହାକୁ ନେଇ ବ୍ୟବସାୟ ଆରମ୍ଭ କରି ଦେଇଛନ୍ତି ।

‘ବୁକ୍ ମାଇଁ ଛୋଟୁ’ ନାମକ ଏକ ଷ୍ଟାର୍ଟ ଅପ୍ ସଂସ୍ଥା ଏଟିଏମ୍ ଆଗରେ ଛିଡା ହେବା ପାଇଁ ଭଡାରେ ଲୋକ ଯୋଗାଇ ଦେଉଛି । ଘଂଟାକୁ ୯୦ଟଙ୍କା ହିସାବରେ ଏହି ସହାୟକ ମାନଙ୍କୁ ଭଡାରେ ନିଆଯାଇପାରିବ । ସେହିପରି ୨ଘଂଟା ପାଇଁ ୧୭୦ଟଙ୍କା, ୩ ଘଂଟା ପାଇଁ ୨୬୦ ଟଙ୍କା ଓ ୪ ଘଂଟା ପାଇଁ ଭଡାରେ ନେବାକୁ ହେଲେ ୩୩୦ ଟଙ୍କା ଦେବାକୁ ପଡିବ ।

ଦୀର୍ଘ ସମୟ ଧରି ଏଟିଏମ୍ ଆଗରେ ଛିଡା ହେବା କଷ୍ଟ ହେଉଥିବାରୁ ଅନେକ ଲୋକ ଏହି ସେବାକୁ ପସନ୍ଦ ମଧ୍ୟ କରିଛନ୍ତି । ତେବେ ଏହି ସୁବିଧା କେବଳ ଦିଲ୍ଲୀ , ହରିୟାନା ଓ ଉତ୍ତରପ୍ରଦେଶରେ ଉପଲବ୍ଧ ଅଛି ।