ଏବେ ଘରେ ବସି ବୁକ୍ କରିପାରିବେ ଲୋକାଲ୍ ଟ୍ରେନ୍ ଟିକେଟ୍ ! ଆଉ ଲମ୍ବା ଲାଇନରେ ଛିଡା ହେବାକୁ ପଡିବ ନାହିଁ

33

ଯଦି ଆପଣ ଲୋକାଲ୍ ଟ୍ରେନରେ ଯାତ୍ରା କରୁଛନ୍ତି ତ ଆପଣଙ୍କ ପାଇଁ ଖୁସି ଖବର । ଏବେ ଆପଣଙ୍କୁ ଟ୍ରେନ ଟିକେଟ୍ ପାଇଁ ଷ୍ଟେସନରେ ଲମ୍ବା ଲାଇନରେ ଠିଆ ହେବାକୁ ପଡିବନାହିଁ । ଆପଣ ଘରେ ବସି ନିଜର ଟିକେଟ୍ ବୁକ୍ କରିପାରିବେ । ଯେମିତି ଆପଣ ଷ୍ଟେସନରେ ପହଁଚିବେ ଆପଣ ବିନା ଲାଇନ୍ ରେ ଠିଆ ହୋଇ ଟିକେଟର ପ୍ରିଣ୍ଟ ପାଇପାରିବେ । ଏହି ସୁବିଧା ଖୁବ୍ ଶୀଘ୍ର ମୁମ୍ବାଇ ରେଲୱେ ଆରମ୍ଭ କରିବାକୁ ଯାଉଛି । ଏହି ସୁବିଧାକୁ ପାଇବା ପାଇଁ ଆପଣଙ୍କୁ ନିଜର ସ୍ମାର୍ଟଫୋନ୍ ରେ ଏକ ଆପ୍ ଇନଷ୍ଟାଲ୍ କରିବାକୁ ପଡିବ ।

ଟିକେଟ୍ ବୁକ୍ କରିବାର ତରିକା –
ଭାରତୀୟ ରେଲୱେ ଅନ୍ତର୍ଗତ କାମ କରୁଥିବା ସଂଗଠନ କ୍ରିସ୍ ( ସେଣ୍ଟ୍ରାଲ୍ ଫର ରେଲୱେ ଇନଫର୍ମେସନ ସିଷ୍ଟମ ) ଓସିଆର୍ (ଅପଟିକଲ୍ କ୍ୟାରେକ୍ଟର ରେକଗ୍ନିସନ) ମେସିନ୍ ଷ୍ଟେସନରେ ଲଗାଇବ । ଯିଏ ଫୋନରେ ଇନଷ୍ଟାଲ୍ ୟୁଟିଏସ୍ ଦ୍ୱାରା ବୁକ୍ କରାଯାଇଥିବା ଟିକେଟର କ୍ୟୁଆର୍ କୋଡ୍ ସ୍କାନ୍ କରି ଆପଣଙ୍କୁ ଟିକେଟର ପ୍ରିଣ୍ଟ ଦେବ । ଏଥିପାଇଁ ଆପଣଙ୍କୁ ନିଜର ସ୍ମାର୍ଟଫୋନରେ ୟୁଟିଏସ୍ ମୋବାଇଲ୍ ଆପ୍ ଡାଉନଲୋଡ୍ କରିବାକୁ ହେବ । ଏହାପରେ ୟୁଟିଏସ୍ ଆପ୍ଲିକେଶନରୁ ଟିକେଟ୍ ବୁକ୍ କରିବାକୁ ହେବ । ଟିକେଟ୍ ବୁକ୍ କରିବା ପରେ ଏକ କ୍ୟୁଆର୍ କୋଡ୍ ମିଳିବ । ଏହାପରେ ଷ୍ଟେସନରେ ପହଁଚି ଏହାର ପ୍ରିଂଟଆଉଟ୍ ନେବାକୁ ହେବ ।

ଏହା ସେବା ପ୍ରଥମେ ମୁମ୍ବାଇରେ ଆରମ୍ବ ହେଉଛି –
ଏହି ସେବାକୁ ପ୍ରଥମେ ମୁମ୍ବାଇରେ ଆରମ୍ଭ କରାଯାଉଛି । କୋଡକୁ ସ୍କାନ କରି ପ୍ରିଂଟଆଉଟ୍ ଦେଉଥିବା ଓସିଆର୍ ମେସିନ୍ ସବୁଠୁ ପ୍ରଥମେ ଛତ୍ରପତି ଶିବାଜୀ ଟର୍ମିନସ୍ ରେଲୱେ ଷ୍ଟେସନ , ଘାଟୋକପୁର, ଠାଣେ , ଡୋମ୍ବିବଲି , କଲ୍ୟାଣ , ଚର୍ଚ୍ଚଗେଟ୍ , ଦାଦର , ବାନ୍ଦ୍ରା , ଅନେ୍ଧରୀ ଓ ବୋରିବଲିରେ ଲଗାଯିବ । ଏବେ ଏହି ମେସିନ୍ କେବଳ ଟ୍ରାଏଲ୍ ପାଇଁ ଲଗାଯାଉଛି । ଯଦି ଏହି ସେବା ସଫଳ ହୁଏ ତ ଦ୍ୱିତୀୟ ଷ୍ଟେସନରେ ମଧ୍ୟ ଏମିତି ମେସିନ୍ ଲଗାଯିବ ।

ସ୍ମାର୍ଟଫୋନ୍ ରଖିନଥିବା ଲୋକ ବି ବୁକ୍ କରିପାରିବେ ଟିକେଟ୍ –
ଯଦି ଏହି ସେବା ସଫଳ ହୁଏ ତ ରେଲୱେ ଦ୍ୱିତୀୟ ଭାଗରେ ଏହି ସୁବିଧା ରେ ଆହୁରି ସୁଧାର ଆଣିବ । ଯାହାପରେ ସ୍ମାର୍ଟଫୋନ୍ ବ୍ୟବହାର କରୁନଥିବା ଲୋକେ ମଧ୍ୟ ଏହାର ଟିକେଟ୍ ବୁକ୍ କରିପାରିବେ । ଆସନ୍ତା ଦିନରେ ଲୋକାଲ୍ ଟ୍ରେନ୍ ର ଟିକେଟ୍ ୟୁଏସଏସଡି କୋଡରୁ ମଧ୍ୟ ବୁକ୍ କରାଯାଇପାରିବ । ଆପଣଙ୍କ ଫୋନରେ ଏକ କୋଡ୍ ଆସିବ ଯାହାକୁ ଆପଣ ମେସିନ୍ ରେ ଫିଡ୍ କରିବେ । ଏବଂ ଆପଣଙ୍କ ଟିକେଟ୍ ର ପ୍ରିଂଟ୍ ମିଳିଯିବ । ଜେନେରାଲ୍ ମ୍ୟାନେଜର ଉଦୟ ବୋବେଟ୍ କହିଛନ୍ତି , ‘ ଏବେ ମେସନକୁ ଟ୍ରାଏଲ୍ ଭାବରେ ଲଗାଯାଉଛି । ଏବେ ଏହି ମେସିନରେ କୌଣସି କୋଡ ଦେବାକୁ ପଡିବ ନାହିଁ । ଏହା ଆପେ ଆପେ କୋଡକୁ ସ୍କାନ କରିବା ପରେ ଟିକେଟ୍ କୁ ପ୍ରିଂଟଆଉଟ୍ ଦେଇଦେବ । ’

( ସୌଜନ୍ୟ-ୱାନ୍ ଇଣ୍ଡିଆ)