ଚର୍ଚ୍ଚାରେ ଖିଲାଡି ବୟ ! ଅକ୍ଷୟ କୁମାରଙ୍କ ଭୟାନକ ଲୁକ୍ ଦେଖି ଡରିଲେ ସେଲିବ୍ରିଟି

27

ଚର୍ଚ୍ଚାରେ ଖିଲାଡି ବୟ ଅକ୍ଷୟ କୁମାର୍ । କାରଣ ତାଙ୍କର ନୂଆ ଲୁକ୍ ଦେଖି ଡରି ଯାଇଛନ୍ତି ଅନେକ ବଲିଉଡ୍ ସେଲିବ୍ରିଟି । ରବିବାର ୟସରାଜ୍ ଷ୍ଟୁଡିଓରେ ସୁପରଷ୍ଟାର୍ ରଜନୀକାନ୍ତଙ୍କ ଆଗାମୀ ଫିଲ୍ମ ‘୨.୦’ ଫାଷ୍ଟ ଲୁକ୍ ରିଲିଜ୍ କରାଯାଇଥିଲା । ଯେଉଁଥିରେ ଦେଖିବାକୁ ମିଳିଥିଲା ଅକ୍ଷୟଙ୍କ ଭୟାନକ ଲୁକ୍ । ଫିଲ୍ମରେ ରଜନୀକାନ୍ତଙ୍କ ସୁପର ହିରୋ ଚରିତ୍ର ହୋଇଥିବା ବେଳେ ଅକ୍ଷୟ କୁମାର ଭିଲେନ୍ ହୋଇଛନ୍ତିି ।

‘୨.୦’ ଫିଲ୍ମରେ ଅକ୍ଷୟ ଜଣେ ବୈଜ୍ଞାନିକ ଭୂମିକାରେ ନଜର ଆସିଛନ୍ତି । ଯାହାଙ୍କ ଗୋଟିଏ ପରୀକ୍ଷା ଭୂଲ ହୋଇଯିବାରୁ ତାଙ୍କର ଏପରି ଜେନେଟିକ୍ ପରିବର୍ତ୍ତନ ହୋଇଯାଇଛି । ତେବେ ଅକ୍ଷୟଙ୍କ ଏହି ନୂଆ ଲୁକ୍ ଏବେ ଚର୍ଚ୍ଚାରେ । କାରଣ ଏହା ପୂର୍ବରୁ ଅକ୍ଷୟଙ୍କୁ ଏପରି ଭୂମିକାରେ କେବେ ଦେଖିବାକୁ ମିଳି ନଥିଲା । ତେବେ କିଛି ସେଲିବ୍ରିଟି ବୁରାଇକୁ ଏକ ନୂଆ ଚେହେରା ମିଳିଗଲା ବୋଲି ମଧ୍ୟ କହିଛନ୍ତି ।

ଏହି ସିନେମା ୨୦୧୦ରେ ରିଲିଜ ହୋଇଥିବା ସିନେମା ଇଂଥିରନର ସିକ୍ୱେଲ । ସିନେମା ତିଆରି ହେବାପାଇଁ ୩୫୦ କୋଟି ଟଙ୍କା ଖର୍ଚ୍ଚ ହୋଇଥିବା ଜଣାପଡିଛି । ଅକ୍ଷୟ କୁମାର ଓ ରଜନୀକାନ୍ତଙ୍କ ବ୍ୟତୀତ ଏହି ସିନେମାରେ ଏମି ଜ୍ୟାକସନ୍, ସୁଧାଂଶୁ ପାଣ୍ଡେ ଓ ଅଦିଲ ହୁସେନ ମଧ୍ୟ ଅଭିନୟ କରିଛନ୍ତି ।