ସୋନମ ହୋଇଥିଲେ ଯୌନ ଶୋଷଣର ଶିକାର ! ନିଜ ଜୀବନର ରାଜ୍ ଉପରୁ ଉଠାଇଲେ ପରଦା

2

ନିଜର ନିଆରା ଅନ୍ଦାଜ ପାଇଁ ସବୁବେଳେ ଚର୍ଚ୍ଚା ସାଉଁଟୁଥିବା ବଲିଉଡ ଡିଭା ସୋନମ କପୁର  ନିଜର ବ୍ୟକ୍ତିଗତ ଅନ୍ଦାଜ ପାଇଁ ବଲିଉଡରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି । ଏବେ ସୋନମ କପୁର ନିଜ ଜୀବନର ଏକ ବଡ ଘଟଣା ଉପରୁ ପରଦା ଉଠାଇଛନ୍ତି । ବଲିଉଡ୍‌ ଡିଭା ସୋନମ୍‌ କପୁର ନିଜର ବ୍ୟକ୍ତିଗତ ଜୀବନର ଏକ ବଡ ସତ ଉପରୁ ପରଦା ଉଠାଇଛନ୍ତି, ତାହା ହେଲା ଯେ ସେ ଟିନ୍‌ଏଜ୍‌ରେ ଯୌନ ଶୋଷଣର ଶିକାର ହୋଇଥିଲେ ସୋନମ ।

‘ଦ ବଲିଉଡ ରାଓଣ୍ଡ ଟେବଲ୨୦୧୬’ ନାମକ ଏକ ଟକ ସୋ’ରେ ମହିଳାଙ୍କ ଉପରେ ହେଉଥିବା ଶୋଷଣ ଉପରେ ଆଲୋଚନା କରିବା ପାଇଁ ଏଇ ଅଭିନେତ୍ରୀ ମାନଙ୍କୁ ଡକାଯାଇଥିଲା । ଏଇ ସୋ’ରେ ସୋନମ କହିଲେ ସେ ଯେତେବେଳେ ଯୁବାବସ୍ଥାରେ ଥିଲେ ସେ ମଧ୍ୟ ଯୈାନ ଶୋଷଣର ଶିକାର ହୋଇଥିଲେ । ଯାହା ତ।ଙ୍କୁ ବହୁତ କଷ୍ଟ ଦେଇଥିଲା ।

ପୂର୍ବରୁ ରାଧିକା ଆପଟେ ତାଙ୍କର ଫିଲ୍ମ ‘ପର୍ଚଡ’ର ପ୍ରମୋସନ୍‌ ବେଳେ ସ୍ୱୀକାର କରିଥିଲେ ଯେ ତାଙ୍କୁ ମଧ୍ୟ ଯୌନ ଶୋଷଣର ଶିକାର ହେବାକୁ ପଡ଼ିଛି ।

Comments are closed.