ବଲାଙ୍ଗୀରରେ ସନ୍ଦିଗ୍ଧ ଅବସ୍ଥାରେ ଯବାନଙ୍କ ମୃତଦେହ ଉଦ୍ଧାର ! ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ

34

କନକ ବ୍ୟୁରୋର : ବଲାଙ୍ଗୀରରେ ସନ୍ଦିଗ୍ଧ ଅବସ୍ଥାରେ ଯବାନଙ୍କ ମୃତଦେହ ଉଦ୍ଧାର । ପୁଇଁତଳା ଥାନା ଅନ୍ତର୍ଗତ ସାଲେପୁରର ସଞ୍ଜୟ ବାଗ ସିଆରପିଏଫରେ କାର୍ଯ୍ୟରତ । ସେ ଫୁଲବାଣୀର ଫିରିଙ୍ଗିଆରେ ନିୟୋଜିତ ଥିଲେ । ତେବେ ଛୁଟିରେ ଘରକୁ ଆସିଥିବାବେଳେ ସନ୍ଦିଗ୍ଧ ଅବସ୍ଥାରେ ଗତକାଲି ବିଳମ୍ବିତ ରାତିରେ ତାଙ୍କର ମୃତ୍ୟୁ ହୋଇଛି ।

ଗତକାଲି ସେ ଘରକୁ ଫେରିନଥିବା ବେଳେ ପରିବାର ଲୋକେ ତାଙ୍କୁ ବହୁ ଖୋଜାଖୋଜି କରିଥିଲେ । ପରେ ଆଜି ସକାଳୁ ଚନ୍ଦନଭାଟି ଅଂଚଳରେ ତାଙ୍କ ମୃତ ଦେହ ପଡିରହିଥିବା ଦେଖିବାକୁ ମିଳିଥିଲା । ତାଙ୍କ ମୁଣ୍ଡରେ ଆଘାତ ଲାଗିଥିବା ଯୋଗୁଁ ତାଙ୍କୁ ହତ୍ୟା କରାଯାଇଥିବା ପରିବାର ଲୋକେ ଅଭିଯୋଗ ଆଣିଛନ୍ତି । ମୃତ୍ୟୁ ତଦନ୍ତ ଦାବିରେ ବଲାଙ୍ଗୀର-ଚନ୍ଦନଭାଟି ରାସ୍ତାରୋକ କରାଯାଇଛି ।