ବଲାଙ୍ଗୀର ମହଖଣ୍ଡ ଜଙ୍ଗଲରେ ପୋଲିସ-ମାଓବାଦୀ ମୁହାଁମୁହିଁ ! ମାଓବାଦୀ ଆକ୍ରମଣରେ ପୋଲିସ କର୍ମଚାରୀ ଗୁରୁତର

26

କନକ ବ୍ୟୁରୋ : ବଲାଙ୍ଗୀରର ତୁରେଇକେଲା ଅଂଚଳର ମହଖଣ୍ଡ ଜଙ୍ଗଲରେ ପୋଲିସ-ମାଓବାଦୀ ମୁହାଁମୁହିଁ ହୋଇଛନ୍ତି । ମାଓବାଦୀଙ୍କ ଆକ୍ରମଣରେ ଜଣେ ଏସଓଜି ଯବାନ ଆହତ ହୋଇଛନ୍ତି । ଗତକାଲି ରାତି ପ୍ରାୟ ସାଢେ ୯ଟାରେ ଏହି ଆକ୍ରମଣ ହୋଇଛି । ଆହତ ଯବାନ ହେଉଛନ୍ତି ଚନ୍ଦ୍ରଭାନୁ ଭୋଇ । ତାଙ୍କ ଦେହରେ ଗୁଳି ବାଜିଛି । ଆହତ ଯବାନଙ୍କୁ ହେଲିକପ୍ଟର ଯୋଗେ ବିଶାଖାପାଟଣା ସ୍ଥାନାନ୍ତର କରାଯାଇଛି । ଗତକାଲି ସନ୍ଧ୍ୟାରୁ ମହଖଣ୍ଡ ଜଙ୍ଗଲରେ ମାଓବାଦୀ ଲୁଚି ରହିଥିବା ପୋଲିସ ଖବର ପାଇଥିଲା । ଏସପିଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ପୋଲିସ ଓ ଏସଓଜିରେ ମିଳିତ କମ୍ବିଂ ଆରମ୍ଭ ହୋଇଥିଲା । ଘଟଣାସ୍ଥଳରେ ଏବେ ବି ଗୁଳିବିନିମୟ ଜାରି ରହିଛି ।