ବାଲେଶ୍ୱରର ବୁଢାବଳଙ୍ଗ ନଦୀରେ ବୁଡିଲା ଡଙ୍ଗା । ୨୫ରୁ ଅଧିକ ଯାତ୍ରୀ ଥିବା ସୂଚନା, ଅନ୍ଧାର ଯୋଗୁଁ ଉଦ୍ଧାରକାର୍ଯ୍ୟ ବାଧାପ୍ରାପ୍ତ ।

1,032

କନକ ବ୍ୟୁରୋ : ବୁଢାବଳଙ୍ଗ ନଦୀରେ ବୁଡିଲା ଡଙ୍ଗା । ରେମୁଣା ନିକଟ ନିଜାମପୁର ହଳଦିଆ ଘାଟରେ ବୁଡିଲା ଡଙ୍ଗା । ଯାତ୍ରୀବାହୀ ଡଙ୍ଗାରେ ୨୫ ଜଣରୁ ଅଧିକ ଯାତ୍ରୀ ଥିବା ସୂଚନା ମିଳିଛି । ବିପଦପୂର୍ଣ୍ଣ ଯାତ୍ରା କାରଣରୁ ଭାରସାମ୍ୟ ହରାଇ ଡଙ୍ଗାଟି ମଝି ନଈରେ ବୁଡି ଯାଇଥିବା ସୂଚନା । ଡଙ୍ଗାରେ ଥିବା ଅଧିକାଂଶ ଯାତ୍ରୀ କୂଳକୁ ପହଁରି ଆସିଥିବା ବେଳେ କେତେଜଣ ଯାତ୍ରୀ ନିଖୋଜ ଅଛନ୍ତି ତାହା ଏଯାଏଁ ସ୍ପଷ୍ଟ ହୋଇପାରିନାହିଁ ।

ମିଳିଥିବା ସୂଚନା ମୁତାବକ, ଡଙ୍ଗାରେ ଅଧିକ ଯାତ୍ରୀ ଯାତ୍ରା କରୁଥିବାରୁ ଏହା ମଝି ନଈରେ ବୁଡି ଯାଇଥିଲା । ସନ୍ଧ୍ୟା ପରେ ଶେଷ ଭଡା ହୋଇଥିବାରୁ ଆବଶ୍ୟକତାରୁ ଅଧିକ ଯାତ୍ରୀ ଡଙ୍ଗାରେ ଚଢିଥିଲେ । ଆଉ ମଝି ନଈରେ ଭାରସାମ୍ୟ ହରାଇ ଡଙ୍ଗାଟି ବୁଡିଯାଇଥିଲା । କୂଳକୁ ଆସିଥିବା ଅଧିକାଂଶ ଯାତ୍ରୀ ସ୍ଥାନୀୟ ଅଞ୍ଚଳର ହୋଇଥିବା ବେଳେ ଡଙ୍ଗାରେ କେତେ ଜଣ ଯାତ୍ରୀ ଯାଉଥିଲେ ତାହା ସ୍ପଷ୍ଟ ଭାବେ କହିପାରୁ ନାହାନ୍ତି ନାଉରିଆ । ତେବେ ଅନ୍ଧାର ଥିବାରୁ ଉଦ୍ଧାର କାର୍ଯ୍ୟ ବିଳମ୍ବିତ ହୋଇଛି ।