ଭାଲେଣ୍ଟାଇନ-ଡେ’ ସପ୍ତାହରେ ଆମ ଓଡିଶାର ନିଆରା ଉଦ୍ୟମ ! ରକ୍ତଦାନ କରି ପ୍ରେମଭାବ ପରିପ୍ରକାଶ ପାଇଁ ଆହ୍ୱାନ

51

କନକ ବ୍ୟୁରୋ : ଚାଲିଛି ଭାଲେଣ୍ଟାଇନ ସପ୍ତାହ । ଯାହାକୁ ପାଳନ କରିବା ପାଇଁ ଯୁବପୀଢି ମଧ୍ୟରେ ଦେଖିବାକୁ ମିଳୁଛି ପ୍ରବଳ ଉତ୍ସାହ । ପ୍ରେମୀ ଯୁଗଳ ପରସ୍ପରକୁ ଭେଟି ଦେଇ ଉତ୍ସବ ମନାଉଛନ୍ତି । ତେବେ ‘ଆମ ଓଡ଼ିଶା’ ପକ୍ଷରୁ ଅଭିନବ ଉପାୟରେ ଏହାକୁ ପାଳନ କରାଯାଉଛି । ଥିମ ରହିଛି “ମିଶନ ଲିକ୍ୟୁଡ ଲଭ୍” ଏବଂ “ମାନବିକତା ହିଁ ଶ୍ରେଷ୍ଠ ଧର୍ମ” । ରକ୍ତଦାନ କରି ଜଣଙ୍କ ଜୀବନ ରକ୍ଷା କରିବାକୁ ଏଥିରେ ଆହ୍ୱାନ ଦିଆଯାଇଛି ।

ରକ୍ତ ଭଳି ଅମୂଲ୍ୟ ଭେଟି ଦେଇ ନିଜ ପ୍ରେମଭାବ ପରିପ୍ରକାଶ କରିବାକୁ ନିବେଦନ କରାଯାଇଛି । ଏହି ରକ୍ତ ଦାନ ଶିବିର ଭୁବନେଶ୍ୱର ରାମ ମନ୍ଦିର ନିକଟ ଶ୍ରୀୟା ଛକରେ ଥିବା “ଆମ ଓଡ଼ିଶା” ପରିସରରେ ଅନୁଷ୍ଠିତ ହେବ । ମାଆର ଲୁହ ତାର ଶିଶୁକୁ ବଂଚାଇ ପାରେ ନାହିଁ, କିନ୍ତୁ ରକ୍ତ ଜୀବନ ରକ୍ଷା କରିପାରେ । ଯାହାର ହୃଦୟ ଅଛି, ସେ ନିଶ୍ଚିତ ଭାବେ ରକ୍ତ ଦାନ କରି ଜୀବନ ରକ୍ଷା କରିବ । ଏହି କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ସାମିଲ ହେବାକୁ ଆମ ଓଡ଼ିଶା ପକ୍ଷରୁ ନିବେଦନ କରାଯାଇଛି ।

ଏହା ସହିତ ଦେଖନ୍ତୁ ଏହି ଭିଡିଓ :