ବରିଷ୍ଠ ଅଧିକାରୀଙ୍କ ସୁଇସାଇଡ୍ ନୋଟରେ ଦୋଷୀ ରୁପେ ଲେଖାଥିଲା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କ ନାଁ , ଏବେ ଦୋଷୀଙ୍କୁ ଗିରଫ କରିବା ପାଇଁ ଅଡିବସିଛନ୍ତି ବିଜେପି ନେତା ।

130

କଲିକତାରେ ଜଣେ ବରିଷ୍ଠ ଅଧିକାରୀ ଗୌରବ ଦତ୍ତ ଙ୍କ ଆତ୍ମହତ୍ୟାର ମାମଲାକୁ ନେଇ ପଶ୍ଚିମବଙ୍ଗର ରାଜନୀତିରେ ଆରୋପ-ପ୍ରତ୍ୟାରୋପର ସିଲସିଲା ଜାରୀ ରହିଛି । ଏହି ମାମଲାରେ ଦତ୍ତଙ୍କ ପତ୍ନୀଙ୍କ ସହ ବିଜେପି ନେତା ମୁକୁଲ୍ ରାୟ ସୁପ୍ରିମକୋର୍ଟର ଦ୍ୱାରସ୍ତ ହୋଇଛନ୍ତି । ୧୯୮୬ ବ୍ୟାଚ୍ ର ଆଇପିଏସ୍ ଅଧିକାରୀ ଦତ୍ତ ଙ୍କ ଫେବୃୟାରୀ ୧୯ ତାରିଖରେ ନିଧନ ହୋଇଗଲା । ସୋସିଆଲ୍ ମିଡିଆରେ ଭାଇରାଲ୍ ତାଙ୍କ ସୁସାଇଡ୍ ନୋଟରେ ସେ ତାଙ୍କର ଏଭଳି ପଦକ୍ଷେପ ପାଇଁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଦାୟୀ କହିଛନ୍ତି । ଦତ୍ତ ମମତାଙ୍କୁ ‘କମ୍ପଲସରୀ ୱେଟିଙ୍ଗ୍’ ରେ ରଖିବାର ଏବଂ ୩୧ ଡିସେମ୍ବର ୨୦୧୮ ରେ ଅବସର ପାଇବା ପରେ ତାଙ୍କ ଅବସର ରାଶିକୁ ରୋକି ତାଙ୍କୁ ଆତ୍ମହତ୍ୟା କରିବାପାଇଁ ଉଷୁକାଇ କରିଥିଲେ ।

କମ୍ପଲସରୀ ୱେଟିଙ୍ଗ୍ ହେଉଛି ଏକ ଦଣ୍ଡାତ୍ମକ ଆଇନ୍ , ଯେଉଁଥିରେ ଅଧିକାରୀଙ୍କୁ କୌଣସି ସ୍ଥାନରେ ପୋଷ୍ଟିଙ୍ଗ୍ ଦିଆଯାଏନାହିଁ । ଗତ ମଙ୍ଗଳବାର ଫେବୃୟାରୀ ୧୯ ତାରିଖରେ ଦତ୍ତଙ୍କ ପତ୍ନୀ ଯେତେବେଳେ ସାଲ୍ଟ ଲେକ୍ ସ୍ଥିତ ନିଜ ଘରେ ପହଚିଂଥିଲେ ସେତେବେଳେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଦତ୍ତଙ୍କୁ ଭୁମି ତଳେ ପଡିଥିବା ଦେଖିବାକୁ ପାଇଥିଲେ । ଗୌରବ ଦତ୍ତ ନିଜ ହାତ କାଟି ଦେଇଥିଲେ ଯାହା ପରେ ତାଙ୍କୁ ହସ୍ପିଟାଲ୍ ନିଆଯାଇଥିଲେ ମଧ୍ୟ ସେ ବଚିଂପାରିନଥିଲେ । ଏହି ମାମଲାରେ ବିଜେପି ନେତା ମୁକୁଲ୍ ରାୟ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଆତ୍ମହତ୍ୟା ପାଇଁ ଉସକାଇଥିବା ଆରୋପରେ ଗିରଫ କରାଯିବା ଏବଂ ଏନେଇ ସିବିଆଇ ଜାଞ୍ଚ୍ କରାଯିବା ନେଇ କହିଥିଲେ । ସେ କହିଥିଲେ, ପଶ୍ଚିମବଙ୍ଗର ଇତିହାସରେ ଏହା ପ୍ରଥମ ଘଟଣା, ଯେଉଁଠି ଜଣେ ବରିଷ୍ଠ ଆଇପିଏସ୍ ଅଧିକାରୀ ଆତ୍ମହତ୍ୟା କଲେ ଏବଂ ରାଜ୍ୟ ସରକାରଙ୍କୁ ନିଜ ଆତ୍ମହତ୍ୟା ପାଇଁ ଦାୟୀ କଲେ ।

Comments are closed.