ସୌନ୍ଦର୍ଯ୍ୟ ବୃଦ୍ଧି ପାଇଁ କଳାଜିରା ! ଜାଣନ୍ତୁ କିପରି କରିବେ ବ୍ୟବହାର

83

ସୁନ୍ଦର ଦେଖାଯିବା ପାଇଁ ଆମେ ଅନେକ ଉପାୟ ଆପଣାଇ ଥାଉ ଏବଂ ଏଥିପାଇଁ ଅନେକ ବ୍ୟୁଟି ପ୍ରଡକ୍ଟ ବ୍ୟବହାର ମଧ୍ୟ କରିଥାଉ । କିନ୍ତୁ ଆପଣ ଜାଣନ୍ତି କି ଏପରି କିଛି ଦେଶୀ ଉପାୟ ଅଛି ଯାହା ଆପଣଙ୍କୁ ସୁନ୍ଦର କରିବା ସହ ଆପଣଙ୍କ ତ୍ୱଚାକୁ ଚମକ ପ୍ରଦାନ କରିଥାଏ । ଆଉ ଏ କ୍ଷେତ୍ରରେ କଳାଜିରା ଅତ୍ୟନ୍ତ ଗୁରୁତ୍ୱପୁର୍ଣ୍ଣ । ଏବେ ନଜର ପକାନ୍ତୁ ସୌନ୍ଦର୍ଯ୍ୟ ପାଇଁ କପରି କରିବେ କଳାଜିରାର ବ୍ୟବହାର :

– କଳାଜିରା ପେଷ୍ଟକୁ ମହୁରେ ମିଶାଇ ମୁହଁରେ ଲଗାଇଲେ ମୁହଁ ଉଜ୍ଜଳ ଦେଖାଯାଇଥାଏ ।

– କଳାଜିରା ଗୁଣ୍ଡକୁ ସୋରିଷ ତେଲରେ ମିଶାଇ ତ୍ୱଚାରେ ଲଗାଇବା ଦ୍ୱାରା ତ୍ୱଚାର ଶୁଷ୍କତା ଦୂର ହୋଇଥାଏ ।

– କଳାଜିରା ଓ ମେଥି ଗୁଣ୍ଡକୁ ନଡିଆ ତେଲରେ ମିଶାଇ କେଶରେ ଲଗାଇବା ଦ୍ୱାରା କେଶ ଝଡିବା ବନ୍ଦ ହୋଇଥାଏ ।

– ଲେମ୍ବୁ ରସରେ କଳାଜିରାର ପେଷ୍ଟ ମିଶାଇ ମୁହଁରେ ଲଗାଇବା ଦ୍ୱାରା ମୁହଁରେ ଉଠିଥିବା ବ୍ରଣ ଦୂର ହୋଇଥାଏ ।

– କଳାଜିରା ଓ ଅଲିଭ୍ ଅଏଲର ମିଶ୍ରଣକୁ ଶରୀରରେ ଲଗାଇବା ଦ୍ୱାରା ମୃତ କୋଷ ହଟିଯିବା ସହ କଳାପଣରୁ ମଧ୍ୟ ରକ୍ଷା ମିଳିଥାଏ ।

– କଳାଜିରାକୁ ଗୁଣ୍ଡକରି ଏଥିରେ ଲହୁଣୀ ମିଶାଇ ବ୍ୟବହାର କରିବା ଦ୍ୱରା ମୁହଁରେ ଦେଖାଯାଉଥିବା ଭାଙ୍ଗ ଦୂର ହୋଇଥାଏ ।

– କଳାଜିରା ପେଷ୍ଟସହ ଦହି ମିଶାଇ ଚୁଟିରେ ଲଗାଇବା ଦ୍ୱାରା କେଶରେ ଚମକ ଆସିଥାଏ ।

– ଆପଣଙ୍କ ଗୋଡ ଫାଟୁଥିଲେ କଳାଜିରା ପେଷ୍ଟ ସହ ଲେମ୍ବୁରସ ଓ ଲହୁଣୀ ମିଶାଇ ଲଗାଇବା ଦ୍ୱାରା ଗୋଡ  ଫାଟିବା ବନ୍ଦ ହୋଇଥାଏ ।

– କଳାଜିରା ଓ ବାଦାମକୁ ଗୁଣ୍ଡକରି ସେଥିରେ କ୍ଷୀର ମିଶାଇ ତ୍ୱଚାରେ ଲଗାଇଲେ ତ୍ୱଚା ନରମ ହୋଇଥାଏ  ।