ବିଜେପି ସାଂସଦ ହନିଟ୍ରାପ ମାମଲା ! ଅଭିଯୁକ୍ତ ମହିଳାଙ୍କୁ ଅଟକ ରଖିଲା ପୋଲିସ

27

କନକ ବ୍ୟୁରୋ: ବିଜେପି ସାଂସଦ ହନିଟ୍ରାପ ମାମଲାରେ ମୁଖ୍ୟ ଅଭିଯୁକ୍ତ ହାଇପ୍ରୋଫାଇଲ ମହିଳାଙ୍କୁ ଅଟକ ରଖିଛି ପୋଲିସ । ଦିଲ୍ଲୀ ଗାଜିଆବାଦ ସ୍ଥିତ ତାଙ୍କ ଘରୁ ସଂପୃକ୍ତ ମହିଳାଙ୍କୁ ଆଣି ପଚରାଉଚରା କରୁଛି ପୋଲିସ । ତେବେ କିଛି ନିର୍ଦ୍ଦିଷ୍ଟ ବିଷୟରେ ମହିଳାକୁ ଜେରା କରାଯିବ ବୋଲି କହିଛି ପୋଲିସ । ହିନିଟ୍ରାପ ନେଇ ଦିଲ୍ଲୀ ପୋଲିସରେ ଅଭିଯୋଗ କରିଥିଲେ ବିଜେପି ସାଂସଦ କେ.ସି.ପଟେଲ ।

ଦିଲ୍ଲୀର ଜଣେ ହାଇପ୍ରେଫାଇଲ ମହିଳା ପଟେଲଙ୍କୁ ନିଶା ଔଷଧ ଦେଇ ଆପତିଜନକ ଫଟୋ ଉଠାଇଥିଲେ । ପରେ ଫଟୋ ନାଁରେ ବ୍ଲାକମେଲିଂ କରି ୫ କୋଟି ଟଙ୍କା ଦାବି କରୁଥିବା ଖୋଦ ସାଂସଦ ଦିଲ୍ଲୀ ପୋଲିସ ନିକଟରେ ଅଭିଯୋଗ କରିଥିଲେ । ଏହା ପରେ ପୋଲିସ ଖୋଳତାଡ ଆରମ୍ଭ କରିଥିଲା ।