ମହାମେଣ୍ଟକୁ ମାତ୍ ଦେବ ବିଜେପି ! ଉତ୍ତରପ୍ରଦେଶରେ ବୁଆ-ବବୁଆ ମେଣ୍ଟକୁ ରୋକିବା ପାଇଁ ଅଙ୍କ କଷୁଛନ୍ତି ବିଜେପି ଚାଣକ୍ୟ । 

ଆଉ ବିଜେପି ବିରୋଧୀ ମେଣ୍ଟ ୨୦୧୯ ହାୱା ଉତ୍ତରପ୍ରଦେଶରୁ ବହିବ ବୋଲି ଏକ ପ୍ରକାର ସ୍ପଷ୍ଟ ହୋଇଛି । କାରଣ ଉତ୍ତର ପ୍ରଦେଶରେ ସପା-ବିଏସପି ମେଣ୍ଟ ହୋଇ ମୋଦିଙ୍କ ବିରୋଧରେ ଲଢ଼ିବେ ବୋଲି ପୂର୍ବରୁ ଉଭୟ ଦଳର ସୁପ୍ରିମୋ ଘୋଷଣା କରିଛନ୍ତି ।

151

କନକ ବ୍ୟୁରୋ: ବିଜେପିର ମିଶନ୍ ୨୦୧୯ରେ ବ୍ରେକ୍ ଲଗାଇବା ପାଇଁ ଚାଲିଛି ବିରୋଧୀଙ୍କ ରଣନୀତି । ଆଉ ବିଜେପି ବିରୋଧୀ ମେଣ୍ଟ ୨୦୧୯ ହାୱା ଉତ୍ତରପ୍ରଦେଶରୁ ବହିବ ବୋଲି ଏକ ପ୍ରକାର ସ୍ପଷ୍ଟ ହୋଇଛି । କାରଣ ଉତ୍ତର ପ୍ରଦେଶରେ ସପା-ବିଏସପି ମେଣ୍ଟ ହୋଇ ମୋଦିଙ୍କ ବିରୋଧରେ ଲଢ଼ିବେ ବୋଲି ପୂର୍ବରୁ ଉଭୟ ଦଳର ସୁପ୍ରିମୋ ଘୋଷଣା କରିଛନ୍ତି । ତେଣୁ ଉତ୍ତରପ୍ରଦେଶରେ ସପା ବିଏସପି ମହାମେଂଟକୁ ମାତ୍ ଦେବାକୁ ବିଜେପି ପ୍ରସ୍ତୁତି କରିବା ଆରମ୍ଭ କଲାଣି । ଦଳ ଅଧ୍ୟକ୍ଷ ଅମିତ ଶାହା ରାଷ୍ଟ୍ରୀୟ ପରିଷଦଙ୍କ ବୈଠକ ପରେ ବିସ୍ତାରକ, ପ୍ରଦେଶ ଅଧ୍ୟକ୍ଷ, ସଙ୍ଗଠନ ମନ୍ତ୍ରୀଙ୍କ ସହିତ ଅଣ ଯାଦବ ଓବିସି ଏବଂ  ଦଳିତଙ୍କୁ ହାତେଇବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ସୂଚନା ମୁ୍ତାବକ ସପା-ବିଏସପିର ମହାମେଂଟ ଓବିସି ଦଳିତଙ୍କ ମହାମେଂଟ ଧାରଣା ନହେଉ ବୋଲି ବିଜେପି ଚାଣକ୍ୟ ଅଙ୍କ କଷୁଛନ୍ତି । ଆଉ ଏଥିରୁ ବର୍ତି ଯାଦବ ଜାଟବଙ୍କ ମହାମେଂଟ ରୂପରେ ପ୍ରଚାର କରିବା ପାଇଁ ମଧ୍ୟ ରଣନୀତି ପ୍ରସ୍ତୁତ କରିଛି । ଶାହା ଯେକୌଣସୀ ମତେ ୫୦ ପ୍ରତିଶତ ମତ ହାସଲ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଗତକାଲି ଏନେଇ ରୁଦ୍ଧ ଦ୍ୱାରା ବୈଠକରେ ବିଜେପି ରଣନୀତି ପ୍ରସ୍ତୁତ କରିଛି । ସୂଚନା ମୁତାବକ ଗତ ବିଧାନସଭା ଏବଂ ଲୋକସଭା ନିର୍ବାଚନରେ ବିଜୟର କାରଣ ମୂଳ ସମର୍ଥକ ମତଦାତା ବର୍ଗଙ୍କ ସହ ଅଣ ଯାଦବ ଓବିସି ଏବଂ ଅଣ ଜାଟବ ଦଳିତଙ୍କ ଛୋଟ ଅଂଶ ଦଳ ସହ ଜଡିତ ଥିଲା । ଏହି ଦୁଇ ଦଳରେ ମହାମେଂଟ ପରେ ନିର୍ବାଚନରେ ଦଳ ପକ୍ଷରେ ଥିବା ଯାଦବ ଏବଂ ଜାଟବ ଭୋଟ ବ୍ୟାଙ୍କ ନକମିବା ପାଇଁ ଶାହା ଯୋଜନା କରୁଛନ୍ତି ।

ସେପଟେ ଦଳିତ ଏବଂ ପଛୁଆ ମହାମେଂଟ ନୁହେଁ ବରଂ ଯାଦବ ଜାଟବ ମହାମେଂଟ ବୋଲି ଉତ୍ତର ପ୍ରଦେଶ ବିଜେପି ଏବଂ ଜାତୀୟ ବିଜେପି କ୍ୟାମ୍ପରେ କମ୍ପନ ସୃଷ୍ଟି କରିଥିବା ଚର୍ଚ୍ଚା ହୋଇଛି। ତିନୋଟି ରାଜ୍ୟରେ ହାରିବା ପରେ ଛୋଟ ଛୋଟ ଜାତିଗତ ସମୂହଙ୍କୁ ଚିହ୍ନଟ କରି ତାଙ୍କୁ ଦଳରେ ସାମିଲ କରାଇବା ପାଇଁ ରଣନୀତି ପ୍ରସ୍ତୁତ କରାଯାଇଛି । ଦଳ ସୂତ୍ର ମୁତାବକ, ବିଜେପି ଅଧ୍ୟକ୍ଷ ଅମିତ ଶାହା ଏହି ମାସରେ ରାଜ୍ୟ ଗସ୍ତ କରି ମହାମେଂଟ ସହେଯାଗୀଙ୍କ ସହ ଜଡିତ ମାମଲା ଦେଖିବେ । ଏହା ଦ୍ୱାରା ଏହି ଦୁଇ ଦଳର ବିରୋଧରେ ଥିବା ଲୋକଙ୍କୁ ଦଳ ନିଶାନା ଲଗାଇ ପାରିବ ବୋଲି ଏପରି ନିଷ୍ପତି ନିଆଯାଇଛି ।