ପଦ୍ମଦଳର ପଂଚାୟତ ପ୍ଲାନ୍ : ଟାର୍ଗେଟରେ ନବୀନ ସରକାର

28

ସୁନ୍ଦରଗଡ ବ୍ୟୁରୋ, କନକ ନ୍ୟୁଜ୍ : ବିଜେପି ଟାର୍ଗେଟରେ ନବୀନ ସରକାର । ସୁନ୍ଦରଗଡ଼ରେ ବିଜେପିର ରାଜ୍ୟ କାର୍ଯ୍ୟକାରିଣୀରେ ବିଜେଡି ସରକାରକୁ କଡ଼ା ସମାଲୋଚନା କରିଛି ବିଜେପି । ଗରିବ ଲୋକଙ୍କ ଚାଉଳ, ରାସନ କାର୍ଡ ଏବଂ ବାସଗୃହ ହଡପ ହୋଇଥିବା ଅଭିଯୋଗ କରିଛି । ସେହିପରି ବିଦ୍ୟାଳୟରେ ଶିକ୍ଷକଙ୍କ ଅଭାବ, ଡାକ୍ତରଖାନାରେ ଡାକ୍ତର ଅଭାବ ଏବଂ ଲୋକଙ୍କୁ ପାନୀୟ ଜଳ ଭଳି ମୌଳିକ ଆବଶ୍ୟକତା ପୂରଣ କରିବାରେ ସରକାର ବିଫଳ ହୋଇଛନ୍ତି ବୋଲି ବିଜେପି ଅଭିଯୋଗ କରିଛି । ବିଜେପିର ଦୁଇ ଦିନିଆ ରାଜ୍ୟ କାର୍ଯ୍ୟକାରିଣୀରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଜୁଏଲ ଓରାମ, ରାଜ୍ୟ ବିଜେପି ପ୍ରଭାରୀ ଅରୁଣ ସିଂ, ରାଜ୍ୟ ସଭାପତି ବସନ୍ତ ପଣ୍ଡାଙ୍କ ସମେତ ଦଳୀୟ ପଦାଧିକାରୀ ସାମିଲ ହୋଇଛନ୍ତି । ପଂଚାୟତ ନିର୍ବାଚନ ପୂର୍ବରୁ କିଭଳି ମୋଦି ସରକାରଙ୍କ ଦୁଇ ବର୍ଷର ସଫଳତା ଓ ବିଭିନ୍ନ ଲୋକାଭିମୁଖୀ ଯୋଜନାକୁ ଲୋକଙ୍କ ନିକଟରେ ପହଂଚାଯାଇ ପାରିବ ସେ ନେଇ ବୈଠକରେ ଆଲୋଚନା ହୋଇଛି ।