ବିଜେପି ସାଂସଦଙ୍କ ବିବାଦୀୟ ବୟାନ । କହିଲେ, ଶକ୍ତିକାନ୍ତ ଆରବିଆଇକୁ ଇତିହାସ ନ ବନାନ୍ତୁ

ଆରବିଆଇ ଗଭର୍ଣ୍ଣର ପଦରେ ଶକ୍ତିକାନ୍ତ ଦାସଙ୍କୁ ଦାୟିତ୍ୱ ଦିଆଯାଇଛି

143

କନକ ବ୍ୟୁରୋ : ନିକଟରେ କେନ୍ଦ୍ର ସରକାର ଓ ଆରବିଆଇ ମଧ୍ୟରେ ଲାଗି ରହିଥିବା ବିବାଦ ପରେ ଉର୍ଜିତ ପଟ୍ଟେଲ ଇସ୍ତଫା ଦେଇଛନ୍ତି । ତେବେ ତାଙ୍କ ପରେ ଆରବିଆଇ ଗଭର୍ଣ୍ଣର ପଦରେ ଶକ୍ତିକାନ୍ତ ଦାସଙ୍କୁ ଦାୟିତ୍ୱ ଦିଆଯାଇଛି । ସେ ଦାୟିତ୍ୱ ନେବା ପରେ ପ୍ରଥମେ ବିଜେପି ସାଂସଦ ସୁବ୍ରମଣ୍ୟମ ସ୍ୱାମୀ କହିଥିଲେ ଯେ, ସେ ଚିତାମ୍ବରମଙ୍କ ଲୋକ । ତେବେ ସ୍ୱାମୀଙ୍କ ପରେ ପୁଣି ଥରେ ଗୁଜୁରାଟର ଜଣେ ବିଜେପି ଜଣେ ସାଂସଦ ଶକ୍ତିକାନ୍ତଙ୍କ କାମ ଉପରେ ପ୍ରଶ୍ନ ଉଠାଇ କହିଛନ୍ତି ଯେ, ସେ ଏପରି କିଛି ନକରନ୍ତୁ ଯାହା ଇତିହାସ ହେବା ଭଳି ହେବ । ଏପରି ମନ୍ତବ୍ୟ ଦେଇଥିବା ସାଂସଦ ମୋଦି ଗୁଜୁରାଟର ମୁଖ୍ୟମନ୍ତ୍ରୀ ଥିବା ସମୟରେ ସେ କ୍ୟାବିନେଟ ମନ୍ତ୍ରୀ ମଧ୍ୟ ଥିଲେ । ଆରବିଆଇର ନୂତନ ଭାବରେ ଦାୟିତ୍ୱ ନେଇଥିବା ଗଭର୍ଣ୍ଣର ଶକ୍ତିକାନ୍ତଙ୍କ ଡିଗ୍ରୀ ଉପରେ ସେ ଟ୍ୱିଇଟ କରି କହିଛନ୍ତି ଯେ, ସେ ଏପରି କିଛି ନ କରନ୍ତୁ ଯାହା ଇତିହାସ ପାଲଟିଯିବ ।

 

ଏହାସହ ସେ ଆହୁରି ମଧ୍ୟ ଲେଖିଛନ୍ତି ଯେ, ମୁଁ ଭଗବାନଙ୍କ ପାଖରେ ପ୍ରାର୍ଥନା କରୁଛି ଯେ, ତାଙ୍କ କାର୍ଯ୍ୟାଳୟ ମଧ୍ୟରେ ସମସ୍ତ କାମ ସଠିକ ଭାବରେ ଚାଲୁ ଓ କୌଣସି ପ୍ରକାର ଅସୁବିଧା ନ ହେଉ ବୋଲି ସେ କହିଛନ୍ତି । ଏହି ମାମଲାରେ ଗତାକଲି ସୁବ୍ରମଣ୍ୟମ ସ୍ୱାମୀ ପ୍ରଧାନମନ୍ତ୍ରୀଙ୍କୁ ଚିଛି ଲେଖିବା ସହ ଶକ୍ତିକାନ୍ତ ତାଙ୍କ ପଦର ଦୁରୁପୋଯୋଗ କରିପାରନ୍ତି ବୋଲି ସେ ସନ୍ଦେହ କରି ମୋଦିଙ୍କ ନିକଟକୁ ପତ୍ର ଲେଖିଥିଲେ । ଏହାସହ ସେ ସ୍ପଷ୍ଟ ଭାବରେ ଲେଖିଛନ୍ତି ଯେ, ଶକ୍ତିକାନ୍ତ ପୂର୍ବତନ ଅର୍ଥମନ୍ତ୍ରୀ ପି. ଚିଦାମ୍ବରମଙ୍କ ସହ କାମ କରିଥିଲେ ।

 

ଖାଲି କାମ କରିନଥିଲେ ବରଂ ଦୁର୍ନୀତି ଗ୍ରସ୍ତ କାମରେ ତାଙ୍କୁ ସାହାଯ୍ୟ କରିଛନ୍ତି । କେବଳ ସାହାଯ୍ୟ କରିନଥିଲେ ବରଂ ତାଙ୍କୁ ଅଦାଲତରୁ ବଚାଂଇବା ପାଇଁ ମଧ୍ୟ ଚେଷ୍ଟା କରିଥିବା କହିଛନ୍ତି ସ୍ୱାମୀ । ତେବେ ସେ ଦାୟିତ୍ୱ ନେବା ପରେ ପ୍ରଥମରୁ ହିଁ ବିଜେପି ସାଂସଦ ମାନେ ଏପରି ଭାବରେ ଟାର୍ଗେଟ କରୁଥିବାରୁ ଆଗକୁ କିପରି ଭାବରେ ସେ ତାଙ୍କ ଦାୟିତ୍ୱ ସଠିକ ଭାବରେ ନିର୍ବାହ କରିବେ ତାହା ଦେଖିବା ପାଇଁ ବାକି ରହିଲା ।