ମୋଦିଙ୍କୁ ଭୋଟ ଦେବାକୁ ମନା କରିବାରୁ, ଦିବ୍ୟାଙ୍ଗ ଯୁବକଙ୍କ ମୁହଁରେ ବାଡି ପୂରାଇଦେଲେ ବିଜେପି ନେତା । ଦେଖନ୍ତୁ ଭିଡିଓ

868

ବିଜେପି ନେତାଙ୍କ ଦାଦାଗିରି । ମୋଦିଙ୍କୁ ଭୋଟ ନ ଦେବାକୁ କହିବାରୁ ଦିବ୍ୟାଙ୍ଗଙ୍କ ମୁହଁରେ ବାଡ଼ି ପୂରାଇଦେଲେ ବିଜେପି ନେତା । ଯାହାର ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଛି ।  ଉତ୍ତରପ୍ରଦେଶରେ ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଏହି ଘଟଣାରେ ପ୍ରଥମେ ପୋଲିସ ଦିବ୍ୟାଙ୍ଗ ବ୍ୟକ୍ତିଙ୍କୁ ଗିରଫ କରିଥିବା ବେଳେ ଭିଡିଓଟି ସାମ୍ନାକୁ ଆସିବା ପରେ ଉକ୍ତି ବିଜେପି ନେତାଙ୍କ ବିରୋଧରେ ଏତଲା ରୁଜୁ କରିଛି ।

ସୂଚନା ଅନୁଯାୟୀ, ଦିବ୍ୟାଙ୍ଗ ମନୋଜ ଚନ୍ଦୋସୀ ଉତ୍ତର ପ୍ରଦେଶର ସମ୍ଭଲରେ ବିଭିନ୍ନ ଦୋକାନ ବୁଲି ଜୋତା ଓ ଚପଲ ବିକ୍ରି କରିଥାନ୍ତି ।  ତେବେ ୨୪ ଡିସେମ୍ବରରେ ସଂଭଲ ଯାଇ ଜୋତା ବିକ୍ରି କରିବା ପରେ ମଦ୍ୟପାନ କରିଥିଲେ ମନୋଜ । ପରେ ନିଜର ଭଉଣୀ ଘରକୁ ଯାଉଥିବା ବେଳେ ବାଟରେ କିଛି ଲୋକ ମୋଦିଙ୍କୁ ନେଇ ରାଜନୈତିକ ଚର୍ଚ୍ଚା କରୁଥିଲେ । ସେଠାରେ ମନୋଜ କିଛି ସମୟ ଛିଡା ହେବା ପରେ ମୋଦିଙ୍କୁ ଭୋଟ ନ ଦେଇ ଅଖିଳେଶ ଓ ମାୟାବତୀଙ୍କୁ ଭୋଟ ଦେବାକୁ କହିଥିଲେ । କିନ୍ତୁ ସେଠାରେ ଉପସ୍ଥିତ ଥିବା ବିଜେପି ନେତା ମହମ୍ମଦ ମିଆଁ ଶୁଣିବା ପରେ ତାତି ଉଠିଥିଲେ ।


କେହି କିଛି ଭାବିବା ପୂର୍ବରୁ ମନୋଜଙ୍କୁ ମାରପିଟ୍ କରିଥିଲେ ମହମ୍ମଦ । ଏପରିକି ଦିବ୍ୟାଙ୍ଗ ମନୋଜଙ୍କ ମୁହଁରେ ବାଡି ପୂରାଇଦେବାକୁ ମଧ୍ୟ ପଛାଇନଥିଲେ ମହମ୍ମଦ । ରାସ୍ତାକଡରେ ଶହଶହ ଲୋକ ଏହି ଘଟଣାକୁ ଦେଖ୍ୁଥିଲେ ମଧ୍ୟ କେହି ପ୍ରତିବାଦ କରିନଥିଲେ । କିନ୍ତୁ କେହି ଜଣେ ବ୍ୟକ୍ତି ଏହାର ଭିଡିଓ କରି ସୋସିଆଲ ମିଡିଆରେ ଭାଇରାଲ କରିଥିଲେ ।

ପ୍ରଥମେ ଦିବ୍ୟାଙ୍ଗ ମନୋଜଙ୍କୁ ପୋଲିସ ଗିରଫ କରିଥିଲା । କିନ୍ତୁ ସୋସିଆଲ ମିଡିଆରେ ଭିଡିଓ ଭାଇରାଲ ହେବା ପରେ ମନୋଜଙ୍କୁ ଛାଡିବାକୁ ବାଧ୍ୟ ହୋଇଥିଲା ପୋଲିସ । ଆଉ ମନୋଜଙ୍କ ବୟାନ ଆଧାରରେ ମହମ୍ମଦ ମିଆଁଙ୍କ ନାଁରେ ମାମଲା ରୁଜୁ କରିଛି ପୋଲିସ ।

ଅନ୍ୟପଟେ ନେତା ଜଣଙ୍କ ସଫେଇ ଦେଇଛନ୍ତି କି  ଦିବ୍ୟାଙ୍ଗ ଜଣଙ୍କ ମୋଦି ଏବଂ ଯୋଗୀଙ୍କୁ ଗାଳି କରୁଥିଲେ । ତାଙ୍କୁ ଚୁପ କରିବାକୁ ଯାଇ ସେ ଏପରି କରିଛନ୍ତି । ବିରୋଧୀ ଦଳ ଆମ ଆଦମୀ ପାଟି ମଧ୍ୟ ଘଟଣାକୁ ନିନ୍ଦା କରିବା ସହ ବିଜେପି ନେତାଙ୍କୁ ତୁରନ୍ତ ଗିରଫ କରିବା ପାଇଁ ଦାବି କରିଛନ୍ତି । ନଚେତ ଆନ୍ଦୋଳନ ତ୍ରୀବତର ହେବ ବୋଲି ଆମ୍ ଆଦମି ପାର୍ଟି ନେତା କହଛନ୍ତି ।