ବିଜେପି ପ୍ରସ୍ତୁତ କରିଛି ୫ହଜାର କିଲୋର ଖେଚୁଡି, ଦଳିତଙ୍କୁ ଆକୃଷ୍ଟ କରିବା ପାଇଁ ନୂଆ ଚାଲ୍

124

ଦିଲ୍ଲୀ ରାମଲୀଳା ମଇଦାନରେ ପ୍ରସ୍ତୁତ ହେଲା ୫ ହଜାର କିଲୋଗ୍ରାମର ଖେଚୁଡ଼ି । ଦଳିତଙ୍କ ସହ ସମ୍ପର୍କ ମଜବୁତ୍ କରିବା ପାଇଁ ବିଜେପି ପକ୍ଷରୁ ଏହି ଖେଚୁଡ଼ି ପ୍ରସ୍ତୁତ ହୋଇଛି । ଖେଚୁଡ଼ି ପାଇଁ ଆବଶ୍ୟକ ଡାଲି, ଚାଉଳ ଓ ପନିପରିବା ୨ ଲକ୍ଷ ଦଳିତଙ୍କ ଘରୁ ସଂଗ୍ରହ କରାଯାଇଛି । ଏହାକୁ ପ୍ରସ୍ତୁତ କରିଛନ୍ତି ନାଗପୁରର ପ୍ରଖ୍ୟାତ କୁକ୍ ବିଷ୍ଣୁ ମନୋହର । ପୂର୍ବରୁ ସେ ୩ ହଜାର କିଲୋର ଖେଚୁଡ଼ି ପ୍ରସ୍ତୁତ କରି ରେକର୍ଡ ସୃଷ୍ଟି କରିଥିଲେ । ଏବେ ବିଜେପି ପାଇଁ ସେ ୫ ହଜାର କିଲୋଗ୍ରାମର ଖେଚୁଡ଼ି ପ୍ରସ୍ତୁତ କରିଛନ୍ତି । ଦିଲ୍ଲୀ ବିଧାନସଭାର ୧୩ଟି ଆସନ ହେଉଛି ଅନୁସୂଚିତ ଜନଜାତିଙ୍କ ପାଇଁ ସଂରକ୍ଷିତ । ବର୍ତ୍ତମାନ ଏହି ୧୩ଟି ଆସନ୍ ଆପ୍ କବଜାରେ ଥିବାରୁ ବିଜେପି ଏହାକୁ ଦଖଲ କରିବାକୁ ଉଦ୍ୟମ ଆରମ୍ଭ କରିଛି ଓ ୫ ହଜାର କିଲୋଗ୍ରାମର ଖେଚୁଡ଼ି ପାଲଟିଛି ଦଳିତଙ୍କୁ ଆକୃଷ୍ଟ କରିବାର ମୁଖ୍ୟ ମାଧ୍ୟମ ।

ଏମିତି କୁହାଯାଉଛି କି ପକୁଡି ଉପରେ ରାଜନୀତି କରିବା ପରେ ଏବେ ଖେଚୁଡି ରୋଷେଇ କରି ବିଜେପି ଦିଲ୍ଲୀରେ ନିଜର ରାଜନୈତିକ ଉଚ୍ଚତଦା ବଢ଼ାଇବାକୁ ଚାହୁଁଛି । ଏହା ପୂର୍ବରୁ ପକୁହି ଉପରେ ବହୁତ ବିବାଦ ହୋଇଥିଲା । ଏକ ଟିଭି କାର୍ଯ୍ୟକ୍ରମରେ ପିଏମ୍ ମୋଦି ପକୁହି ବିକ୍ରି କରିବାକୁ ରୋଜଗାର କହିଥିଲେ । ଯାହାପରେ ସୋସିଆଲ ମିଡିଆରେ ଏହାର ବହୁତ ଚର୍ଚ୍ଚା ହୋଇଥିଲା ।