ପାଣିରେ ବି ରାଜନୀତି! ବେଆଇନ ଚିଙ୍ଗୁଡି ଘେରିରେ ଲାଗିଲା ବିଜେପି-ବିଜେଡି ପତାକା

29

କନକ ବ୍ୟୁରୋ : ଚିଲିକାର ନୀଳପାଣି ଘେରା ଆକାଶ ଓ ପୃଥିବୀର ମିଳନ ଭିତରେ ଏବେ ଦେଖାଯାଉଛି ୨ଟି ପତାକା । ଚାରିଆଡେ ପାଣି ଓ ଜାଲ ଭିତରେ ରହିଛି ୨ଟି ପତାକା । ଗୋଟିଏ ବିଜେପିର ଆଉ ଗୋଟିଏ ବିଜେଡିର । ଫର ଫର ହୋଇ ଉଡୁଛି ପତାକା । ଯାହା ଖୋଲାଖୋଲି ଚ୍ୟାଲେଞ୍ଜ ପାଲଟିଛି ପ୍ରଶାସନ ପାଇଁ ।ଏଠି ଏବେ ବେଆଇନ ଚିଙ୍ଗୁଡ଼ି ଘେରି ଭଙ୍ଗା ଅଭିଯାନ ଜାରି ରହିଛି । ଘେରି ଭାଙ୍ଗିବା ବେଳେ ପ୍ରଶାସନ ପାଇଁ ଚ୍ୟାଲେଂଜ ତିଆରି ହେଉଛି । କେତେ ପ୍ରକାରର ଚାପର ସମ୍ମୁଖୀନ ହେଉଛି ପ୍ରଶାସନ । ଏସବୁ ଭିତରେ ନୀଳ ଜଳରାଶି ଭିତରେ ଏହି ଦୁଇଟି ପତାକା ଏବେ ଚର୍ଚ୍ଚାର ବିଷୟ ପାଲଟିଛି ।

ଚିଲିକାକୁ ବେଆଇନ ଘେରି ମୁକ୍ତ କରିବା ଏବେ ବଡ ସସମ୍ୟା । ବର୍ଷ ବର୍ଷ ଧରି ଅଭିଯାନ ଚାଲିଛି । କିନ୍ତୁ ଏହାରି ଭିତରେ ପତାକା ୨ଟି କ’ଣ ସୂଚନା ଦେଉଛି । ଏହାର ବାର୍ତା କଣ ହୋଇପାରେ । ଚିଙ୍ଗୁଡି ମାଫିଆମାନେ କି ବାର୍ତା ଦେଉଛନ୍ତି । ବେଆଇନ ଘେରି ଉପରେ ଉଡୁଥିବା ବିଜେଡି ଓ ବିଜେପିର ପତାକାକୁ ଭୃକ୍ଷେପ ନକରି ଯଦି ଘେରି ଭଂଗାଯାଏ । ତାହେଲେ କ’ଣ ହୋଇପାରେ ।

ଚିଲିକାର ନୀଳ ପାଣିର ଦୁଇଟି ପତାକା ସ୍ଥଳ ପଥରୁ ଜଳ ପଥ ଯାଏଁ ନେତାଙ୍କ ଲମ୍ବା ଚେରର କଥା କହୁଛି । ଆଉ ପ୍ରଶ୍ନ ହେଉଛି, ଏହି ପତାକାକୁ ଫୋପାଡ଼ି ଏହି ଘେରିକୁ ଭାଙ୍ଗି ପାରିବ କିି ପ୍ରଶାସନ । ନା ପତାକାକୁ ଦେଖି ପାଦ ପଛକୁ ଘଂଚି ଆସିବ । ବେଆଇନ ଘେରିରେ ଦଳୀୟ ପତାକା ମାରି ନିଜ ଦୁର୍ଗକୁ ସୁରକ୍ଷିତ ରଖିବା ପାଇଁ ଇଏ ଏକ ପ୍ରୟାସ କି ?