ଭବିଷ୍ୟତରେ ଏଭଳି ଏକ ମରଣାନ୍ତକ ରୋଗରୁ ବିଶ୍ୱବାସୀଙ୍କୁ ବଞ୍ଚାଇବା ପାଇଁ ଆଗେଇ ଆସିବେ ବିଲ୍ ଗେଟସ୍ ! 

43

ଆମେ ଇତିହାସରୁ ଏତିକି ତ ନିଶ୍ଚୟ ଜାଣିଛେ ଯେ ଦିନେ ନା ଦିନେ ଏକ ମହାମାରୀ ରୋଗ ପୂରା ବିଶ୍ୱକୁ ଗ୍ରାସ କରିବ। ସେହି ରୋଗରେ ଜଣେ ପରେ ଜଣେ ସବୁ ଲୋକ ନିପାତ ହୋଇଯିବେ। ଆଗାମୀ ୧୦ ବର୍ଷ ମଧ୍ୟରେ ସେହି ରୋଗ ଦେଖା ଦେବ ବୋଲି ମାଇକ୍ରୋସଫ୍ଟର ପ୍ରତିଷ୍ଠାତା ତଥା ବିଶ୍ୱର ଦ୍ୱିତୀୟ ଧନୀ ବ୍ୟକ୍ତି ବିଲ୍ ଗେଟସ୍ ନିକଟରେ ଶୁକ୍ରବାର ଏକ ଆଲୋଚନାରେ ମତ ରଖିଛନ୍ତି।

 

ଗେଟସ୍ କହିଛନ୍ତି ଯେ, ‘ଆମେ ଦିନକୁ ଦିନ ଆମ ପିଲାମାନଙ୍କୁ ଉକୃଷ୍ଟ ଜୀବନ ଦେବାରେ ସଫଳ ହୋଇଛି। ପୋଲିଓ ମ୍ୟାଲେରିଆ ପରି ରୋଗ ସହ ଲଢ଼େଇ କରି ଆମ ପିଲାମାନଙ୍କୁ ସୁରକ୍ଷା ଦେଇ ସାରିଛେ। ମାତ୍ର ଏମିତି କିଛି ଅଞ୍ଚଳ ଅଛି ଯାହା ଏବେ ବି ଅଣଉନ୍ନତ। ସେହି ଅଞ୍ଚଳରୁ ହିଁ ମହାମାରୀ ସୃଷ୍ଟି ହେଉଛି। ସେହି ରୋଗ ଧୀରେ ଧୀରେ ବଢ଼ିବାରେ ଲାଗିବ। ତାହା ଏପରି ଭାବେ ବିଶ୍ୱକୁ କବଳିତ କରିବ ଯେ ଯାହା ୬ ମାସରେ ୩୦ ମିଲିୟନ ଲୋକଙ୍କ ଜୀବନ ନେବାରେ ସମର୍ଥ ହେବ।

 

ସେ ଆହୁରି ବି କହିଛନ୍ତି କି ସେପରି ଏକ ମହାମାରୀ ସହ ଲଢ଼ିବା ପାଇଁ ପୂରା ବିଶ୍ୱ ଏବେଠାରୁ ନିଜକୁ ପ୍ରସ୍ତୁତ କରିବା ଉଚିତ। ଏହା ସହ ବିଲ୍ ଗେଟସ୍  ଆହୁରି ବି କହିଛନ୍ତି କି ସେପରି ଏକ ମହାମାରୀର ପ୍ରତିକାର ପାଇଁ ବିଜ୍ଞାନୀମାନେ ପ୍ରତିଷେଧକ ବାହାର କରିବାରେ ମନ ନିବେଶ କରନ୍ତୁ। ‘ବିଲ୍ ଆଣ୍ଡ୍ ମେଲିଣ୍ଡା ଗେଟସ୍ ଫାଉଣ୍ଡେସନ୍’ ପକ୍ଷରୁ ଏହି ଗବେଷଣା ପାଇଁ ୧୨ ମିଲିୟନ ଡଲାର ସହାୟତା ପାଇଁ ମୁଁ ଘୋଷଣା କରୁଛି।

ବିଭିନ୍ନ ଦେଶର ସରକାର ଏଥିପ୍ରତି ସଚେତନ ହୋଇ ସତର୍କତା ଅବଲମ୍ବନ କରନ୍ତୁ ବୋଲି ଗେଟସ୍ ମତ ପୋଷଣ କରିଛନ୍ତି।