ମଦୁଆ ମୂଷା ! ବର୍ଷେ ଭିତରେ ପିଇଦେଲେ ୯ ଲକ୍ଷ ଲିଟର ମଦ

49

ମୂଷାଙ୍କ ମଦ ପ୍ରେମ । ମାତାଲ୍ ମୂଷା ପିଇଗଲେ ୯ ଲକ୍ଷ ଲିଟର ମଦ । ଘଟଣାଟି ଘଟିଛି ବିହାରରେ । ଗତ ବର୍ଷେ ଭିତରେ ଜବତ ହୋଇଥିବା ୯ ଲକ୍ଷ ଲିଟର ମଦକୁ ଚଳୁ କରିଦେଇଛନ୍ତି ମୂଷା । ତେବେ ଘଟଣାଟି ସେତେବେଳେ ସାମ୍ନାକୁ ଆସିଲା ଯେତେବେଳେ ଏସଏସପି ମନୁ ମହାରାଜଙ୍କ ଅଧ୍ୟକ୍ଷତାରେ ପାଟନା ଜିଲ୍ଲା ପୁଲିସ୍ ସବଇନସ୍ପେକ୍ଟର ମାନଙ୍କର ଏକ ବୈଠକ ହୋଇଥିଲା । ବୈଠକରେ ମନୁ ମହାରାଜ ଜବତ ମଦ ବିଷୟରେ ପଚାରିବାରୁ ଉତ୍ତର ଆସିଥିଲା ଯେ ସେସବୁକୁ ମୂଷା ଏବଂ ଚୁଚୁନ୍ଦ୍ରା ମାନେ ଠିପି କଣା କରି ପିଇ ଦେଇଛନ୍ତି ।

ତେବେ ଏହା ସ୍ପଷ୍ଟ ଯେ ମୂଷା ମାନେ ଏହି ମଦ ପିଇ ନାହାନ୍ତି । ଜବତ ହୋଇଥିବା ମଦକୁ ପୁଲିସ୍ କର୍ମଚାରୀମାନେ ନିଜେ ପିଇବା ସହ ବେଆଇନ୍ ଭାବେ ବାହାରକୁ ଚାଲାଣ ମଧ୍ୟ କରିଦେଇଛନ୍ତି । ତେଣୁ ଏବେ ମନୁ ମହାରାଜ ସମସ୍ତ ପୁଲିସ୍ କର୍ମଚାରୀ ମାନଙ୍କ ବ୍ରେଥଲାଇଜର୍ ପରୀକ୍ଷା କରିବେ । ଯଦି କେହି କର୍ମଚାରୀ ଧରାପଡେ ତେବେ ତାଙ୍କୁ ଚାକିରୀରୁ ବରଖାସ୍ତ କରାଯିବ ।

ଗତ ଏପ୍ରିିଲ୍ ୨୦୧୬ରେ ନିତିଶ୍ ସରକାର ରାଜ୍ୟର ବିଭିନ୍ନ ସ୍ଥାନରେ ଚଢାଉ କରି ପ୍ରାୟ ୯ଲକ୍ଷ ଦେଶୀ ଏବଂ ବିଦେଶୀ ମଦ ଜବତ କରିଥିଲେ । ତେବେ ଏହି ଜବତ ହୋଇଥିବା ମଦକୁ ପୁଲିସ୍ ଷ୍ଟେସନ୍ ମାନଙ୍କରେ ରଖାଯାଇଥିଲା । ଏହି ଚଢାଉ ବେଳେ ପ୍ରାୟ ୪୫ହଜାର ଲୋକ ଗିରଫ ମଧ୍ୟ ହୋଇଥିଲେ ।