କାଳର କୋଳରେ ନବବିବାହିତା : ବାପଘରୁ ବିଦାୟ ନେଇ ଯାଉଥିଲେ ଶାଶୂଘର , ସଡ଼କ ଦୂର୍ଘଟଣାର ଶିକାର ହୋଇ ଦୁନିଆରୁ ହୋଇଗଲେ ବିଦାୟ ।

1,130

ଉତ୍ତରପ୍ରଦେଶର ଅନୁପସହର୍ ଘଟିଯାଇଛି ଅଭାବନୀୟ ଘଟଣା । ବିବାହର କେଇ ଘଣ୍ଟା ପରେ ହିଁ ଆଖି ବୁଜିଦେଲା ନବବିବାହିତା । ଉତ୍ତରପ୍ରଦେଶ ଅନୁପସହର୍ ର ହିସାବଟି ଗ୍ରାମର ମନୋଜ ସିଂହଙ୍କ ବିବାହ ଭବାନୀଙ୍କ ସହ ବୁଧବାର ଅନୁଷ୍ଠିତ ହୋଇଥିଲା । ଗୁରୁବାର ନବବଧୂକୁ ବାପଘର ଲୋକେ ବିଦାୟ ଦେଇଥିଲେ । ଗୁରୁବାର ଭବାନୀ ସ୍ୱାମୀଙ୍କ ସହ ଶାଶୂଘର ଯିବାପାଇଁ କାର୍ ରେ ବାହାରିଥିଲେ । କାରରେ ମନୋଜ ଏବଂ ଭବାନୀଙ୍କ ସହ ଡ୍ରାଇଭର୍ , ନଣନ୍ଦ , ନଣନ୍ଦଙ୍କ ପୁଅ ଏବଂ ଯା’ ଥିଲେ । କିନ୍ତୁ ଅଧାବାଟରେ ହିଁ କାର୍ ଟି ଅଚାନକ ଅନିୟନ୍ତ୍ରୀତ ହୋଇ ଏକ ଗଛରେ ପିଟି ହୋଇ ଘାଇରେ ଓଲଟି ପଡିଥିଲା । ଦୂର୍ଘଟଣାର କିଛି ସମୟ ପରେ ଲୋକମାନେ ରୁଣ୍ଡ ହୋଇ କାର୍ ରେ ଚାପି ହୋଇଥିବା ଲୋକଙ୍କୁ ଉଦ୍ଧାର କରି ହସ୍ପିଟାଲ୍ ପହଁଚାଇଥିଲେ । ଉଦ୍ଧାର କାର୍ଯ୍ୟରେ ପୋଲିସ୍ କର୍ମୀ ମଧ୍ୟ ଥିଲେ । ଗୁରୁତର ହସ୍ପିଟାଲରେ ଚିକିତ୍ସୀତ ହେଉଥିବା ବେଳେ ନବବିବାହିତା ଭବାନୀଙ୍କ ଘଟଣା ସ୍ଥଳରେ ହିଁ ମୃତ୍ୟୁ ହୋଇଯାଇଥିଲା ।

ସଡକ ଦୂର୍ଘଟଣାରେ ନବବଧୂର ମୃତ୍ୟୁ ଏବଂ ବର ମନୋଜଙ୍କ ଆହତ ହେବା ଖବର ସମସ୍ତଙ୍କୁ ହତବାକ୍ କରିଦେଲା । କିଛି ସମୟ ପୂର୍ବରୁ ନାଚଗୀତ , ବାଜାରୋଶଣୀରେ ପୁରିଉଠୁଥିବା ଘରଟି କୋହଭରା କାନ୍ଦରେ ଫାଟି ପଡିଲା । ଭବାନୀଙ୍କ ମା’ ବିମଳା କାନ୍ଦି କାନ୍ଦି ଥରକୁ ଥର ଚେତାଶୂନ୍ୟ ହୋଇପଡୁଥିଲେ । ବର୍ତ୍ତମାନ ଭବାନୀଙ୍କ ଶବ ବ୍ୟବଚ୍ଛେଦ ପରେ ତାଙ୍କୁ ଅନ୍ତେ୍ୱଷ୍ଟି କ୍ରିୟା ଦିଆଯିବ ।