ମାନ୍ଦାବସ୍ଥାରେ ବଡ ଅଫର ! ତେଲଦର ଓ ବୀମା ମହଙ୍ଗା ବେଳେ ପୂଜା ଅଫର ଆଣିଲେ ବଡ ବଡ କମ୍ପାନୀ, ୫୦ ହଜାରରୁ ୭୦ ହଜାର ଯାଏଁ ରିହାତି ।

35

ଆଉ କେଇଟା ଦିନ ପରେ ଦୁର୍ଗାପୂଜା । ଦେଶରେ ପାର୍ବଣ ଋତୁ ଆରମ୍ଭ ହୋଇଯାଇଛି । ସାଧାରଣତଃ ପାର୍ବଣ ଋତୁରେ ଦେଶରେ କାର ବେପାର ଭଲ ଜମେ । କିନ୍ତୁ ଏ ବର୍ଷ ବେପାର ଆଦୌ ଜମୁନାହିଁ । ଏହାର କାରଣ ହେଉଛି ତେଲଦର ବୃଦ୍ଧି, ଦେଶର କେତେକ ଅଂଚଳରେ ବନ୍ୟା ଓ ବୀମା ବାବଦ ଖର୍ଚ୍ଚ ବୃଦ୍ଧି ଫଳରେ ଗ୍ରାହକମାନେ ଗାଡି କିଣିବାକୁ ସେତେଟା ଉତ୍ସାହ ଦେଖାଉନାହାନ୍ତି । ଏଥିପାଇଁ କାର କମ୍ପାନିମାନେ ଚିନ୍ତାରେ ପଡିଯାଇଛନ୍ତି । ବେପାରକୁ ବଢାଇବା ପାଇଁ ସେମାନେ ବିଭିନ୍ନ ରିହାତି ଘୋଷଣା କରିଛନ୍ତି ।

ପ୍ରାୟ ସବୁ ପ୍ରକାରର ଗାଡି ଉପରେ ରିହାତି ମିଳୁଛି । ରିହାତି ଘୋଷଣା କରିଥିବା କମ୍ପାନିମାନଙ୍କ ମଧ୍ୟରେ ରହିଛନ୍ତି ମାରୁତି ସୁଜୁକୀ, ଫୋର୍ଡ, ମହିନ୍ଦ୍ରା, ଟାଟା ମୋଟର୍ସ, ହ୍ୟୁଣ୍ଡାଇ ଇତ୍ୟାଦି କମ୍ପାନି । ଏପରିକି ବିଏମ ଡବ୍ଲୁ, ଅଡି ଓ ମର୍ସିଡିଜ ପରି ଲକଜୁରୀ କାର କମ୍ପାନି ମଧ୍ୟ ରିହାତି ଘୋଷଣା କରିଛନ୍ତି । ମାରୁତି ନିଜର ଅଲଟୋ ମିନି ଉପରେ ୫୦ ହଜାର ଟଙ୍କା ପର‌୍ୟ୍ୟନ୍ତ ରିହାତି ଦେଉଥିବା ବେଳେ ମହିନ୍ଦ୍ରା ସ୍କୋର୍ପିଓ ଏସୟୁଭି ଉପରେ ୭୦ ହଜାର ଟଙ୍କା ପର୍ଯ୍ୟନ୍ତ ରିହାତି ମିଳୁଛି । ମର୍ସିଡିଜ-୭ ସିରିଜ ସାଲୁନ ଉପରେ ୧୪ ଲକ୍ଷ ଟଙ୍କା ପର‌୍ୟ୍ୟନ୍ତ ରିହାତି ମିଳୁଛି ।