୧୩୦୦ ବ୍ୟାଙ୍କର ବଦଳିଗଲା ଆଇଏଫଏସସି କୋଡ୍ ! ଆପଣଙ୍କ ବ୍ୟାଙ୍କର କୋଡ୍ ବଦଳିନାହିଁ ତ, ତୁରନ୍ତ ଚେକ୍ କରିନିଅନ୍ତୁ ।

43

ପୁନଃଗଠନ ଭାବେ ୬ଟି ସହଯୋଗୀ ବ୍ୟାଙ୍କ ବିଲୟ ହୋଇଯିବା ପରେ ଦେଶର ସବୁଠାରୁ ବଡ ବ୍ୟାଙ୍କ ଏସବିଆଇ ସାରା ଦେଶରେ ପାଖାପାଖି ୧୩୦୦ ଶାଖାର ନାମ ଏବଂ ଆଇଏଫଏସସି କୋଡ୍ ପରିବର୍ତ୍ତନ କରିଦେଇଛି । ମିଳିଥିବା ସୂଚନା ଅନୁଯାୟୀ, ବ୍ୟାଙ୍କ କର୍ତ୍ତୃପକ୍ଷ ନୂଆ ଶାଖା କୋଡ୍ ସହ ଆଇଏଫଏସସି କୋଡର ଏକ ଲିଷ୍ଟ ପ୍ରକାଶ କରିଛନ୍ତି । ଷ୍ଟେଟ୍ ବ୍ୟାଙ୍କ ଅଫ ଇଣ୍ଡିଆ ସହ ୬ଟି ସହଯୋଗୀ ବ୍ୟାଙ୍କ ଏବଂ ଭାରତୀୟ ମହିଳା ବ୍ୟାଙ୍କର ମର୍ଜ ହେବା ପରେ ୨୦୧୭ ଏପ୍ରିଲ ୧ ତାରିଖରୁ ଏହାର ପ୍ରଭାବ ଦେଖିବାକୁ ମିଳିଛି । ଯାହାର ପରିଣାମ ସ୍ୱରୁପ ବ୍ୟାଙ୍କର ଆକାର ଏବଂ ମୂଲ୍ୟାଙ୍କନରେ ବୃଦ୍ଧି ହୋଇଛି ।

ଷ୍ଟେଟ୍ ବ୍ୟାଙ୍କ ଅଫ ଇଣ୍ଡିଆର ୱେବସାଇଟରେ ପ୍ରକାଶ ପାଇଥିବା ସୂଚୀ ଅନୁଯାୟୀ, ସହଯୋଗୀ ବ୍ୟାଙ୍କ ଏବଂ ବିଏମବି ସହ ମର୍ଜ ପରେ ପୁରୁଣା ଏବଂ ନୂଆ ଆଇଏଫଏସସି କୋଡକୁ ସୂଚୀବଦ୍ଧ କରିଥିବା ଏସବିଆଇର ସୂଚୀ ଅନୁଯାୟୀ, ପୁରା ଦେଶରେ ପାଖାପାଖି ୧୨୯୫ ଶାଖାକୁ ବଦଳାଇଦିଆଯାଇଛି । ତେବେ ବିଶ୍ୱସ୍ତରରେ ୫୩ ନମ୍ବର ସ୍ଥାନରେ ରହିଛି ଷ୍ଟେଟ୍ ବ୍ୟାଙ୍କ ଅଫ ଇଣ୍ଡିଆ । ୨୦୧୮ ଜୁନ ୩୦ ତାରିଖ ସୁଦ୍ଧା ବ୍ୟାଙ୍କର ସମୁଦାୟ ସମ୍ପତ୍ତି ୩୩.୪୫ ଲକ୍ଷ କୋଟି ଟଙ୍କା ଥିଲା । ତେବେ ସୂଚନା ଅନୁଯାୟୀ, ବ୍ୟାଙ୍କ କର୍ତ୍ତୃପକ୍ଷ ନୂଆ ଶାଖା କୋଡ୍ ସହ ଆଇଏଫଏସସି କୋଡର ଏକ ଲିଷ୍ଟ ପ୍ରକାଶ କରିଛନ୍ତି । ଯେଉଁଥିରେ ପାଖାପାଖି ୧୩୦୦ ବ୍ୟାଙ୍କର ଆଇଏଫଏସସି କୋଡ୍ ବଦଳାଯାଇଥିବା ନେଇ ସୂଚନା ରହିଛି ।