ଭୁବନେଶ୍ୱର ଭୀମଟାଙ୍ଗି ଅଂଚଳରେ ଅଭାବନୀୟ ଘଟଣା ! ପୁଅକୁ ସ୍କୁଲ ଆଣିବାକୁ ଯାଇଥିବାବେଳେ ଗାଡିରୁ ବାହାରିଲା ସାପ

26

କନକ ବ୍ୟୁରୋ : ଗାଡି ଡିକିରେ ସାପ । ଭୁବନେଶ୍ୱରର ଭୀମଟାଙ୍ଗି ଅଂଚଳରେ ଦେଖିବାକୁ ମିଳିଛି ଏଭଳି ଏକ ଅଭାବନୀୟ ଘଟଣା । ଗାଡି ଡିକିରୁ ବାହାରିଛି ସାପ । ଭୀମଟାଙ୍ଗି ଅଂଚଳରେ ଏହି ଅଂଚଳର ସନ୍ଧ୍ୟାମୟୀ ପୃଷ୍ଟି ଗାଡିରେ ପୁଅକୁ ସ୍କୁଲରୁ ଆଣିବାକୁ ଯାଇଥିଲେ । କିନ୍ତୁ ଡିକି ଖୋଲିଲାବେଳେ ହଠାତ୍ ସାପ ବାହାରିଥିଲା ।

ପରେ ସ୍ନେକ ହେଲପଲାଇନକୁ ଡକାଯାଇଥିଲା । ହେଲପଲାଇନର ସଦସ୍ୟ ଶୁଭେନ୍ଦୁ ମଲ୍ଲିକ ସାପଟିକୁ ଧରିଛନ୍ତି । ସାପଟି କେଉଁ ପ୍ରଜାତିର ତାହା ଚିହ୍ନଟ ହୋଇନାହିଁ । ଏହା ଏକ ବିରଳ ପ୍ରଜାତିର ସାପ ବୋଲି କହିଛନ୍ତି ଶୁଭେନ୍ଦୁ । ସାପଟିର ଲମ୍ବ ପ୍ରାୟ ଦେଢଫୁଟ ହେବ ବୋଲି ଜଣାପଡିଛି ।