ଆଜି ମା’ଦୁର୍ଗାଙ୍କ ଭସାଣ ଉତ୍ସବ : ଟୁଇନ୍ ସିଟିରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରିଛି କମିଶନରେଟ୍ ପୁଲିସ

36

କନକ ବ୍ୟୁରୋ : ମା’ଦୁର୍ଗାଙ୍କ ଭସାଣ ପାଇଁ ଟୁଇନ୍ ସିଟିରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରିଛି କମିଶନରେଟ୍ ପୁଲିସ । ଭସାଣି ସମୟରେ ଭୁବନେଶ୍ୱରରେ ଗାଡ଼ି ଚଳାଚଳ ବନ୍ଦ ରହିବା ସହ ସହରର ବିଭିନ୍ନ ସ୍ଥାନରେ ପୁଲିସ  ଫୋର୍ସ ମୂତୟନ କରାଯିବା ନେଇ ନିଷ୍ପତି ହୋଇଛି । କିପରି ଠିକ୍ ସମୟରେ ବିସର୍ଜନ ସରିବ ସେନେଇ ମଧ୍ୟ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି ।

ମା’ଙ୍କ ବିସର୍ଜନ ପାଇଁ ଭୁବନେଶ୍ୱରରେ କୁଆଖାଇ, ଦୟା, ଭାର୍ଗବୀ କୂଳରେ ତିନୋଟି ଅସ୍ଥାୟୀ ପୋଖରୀ ଖୋଳାଯାଇଛି । ରାତି ୧୨ଟା ସୁଧା ବିସର୍ଜନ ସାରିବାକୁ ପୂଜା କମିଟି କର୍ମକର୍ତା ମାନଙ୍କୁ କୁହାଯାଇଛି । ଭସାଣି ଶୋଭାଯାତ୍ରା ବେଳେ ଡିଜେ ସାଉଣ୍ଡ ୫୮ ଡେସିବିଲ ରହିବ । ସୁରକ୍ଷା ଦୃଷ୍ଟିରୁ ସହରରେ ୩୦ ପ୍ଲାଟୁନ ପୋଲିସ ଫୋର୍ସ ମୂତୟନ କରାଯିବ ।

ତଦାରଖ ଦାୟିତ୍ୱରେ ଅତିରିକ୍ତ ଡିସିପି ର୍ୟାଙ୍କର ୫ ଅଫିସର, ଏସିପି ଓ ଡିସିପିଙ୍କୁ ମିଶାଇ ୧୨ଜଣ ଅଧିକାରୀ ରହିବେ । ଏହାଛଡା ୨୩ ଜଣ ଇନିସପେକ୍ଟର, ଏସଆଇ ଓ ଏଏସଆଇ ମିଶି ୧୨୨ ଜଣ ନିୟୋଜିତ ହେବେ । ଏସଓଜି, କ୍ୟୁଏଟି, ଆଂଟି ଟେରର ସ୍କ୍ୱାଡ୍ ଓ ସାଧା ପୋଷାକରେ ସୁରକ୍ଷାକର୍ମୀ ମୁତୟନ ରହିବେ  ।

ଏହା ସହ ଦେଖନ୍ତୁ ଏହି ଭିଡିଓ –