ବିଗ୍ ବି ଅମିତାଭ ବଚ୍ଚନଙ୍କୁ ପସନ୍ଦ, ଭୁବନେଶ୍ୱର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦର

72

ଭୁବନେଶ୍ୱର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦର ବିଗ୍ ବିଙ୍କ ପସନ୍ଦର ବିମାନ ବନ୍ଦର । ଏକଥା ଶୁଣି ଆପଣ ଆଶ୍ଚର୍ଯ୍ୟ ହେଉଥିବେ ନା, ହେଲେ କଥାଟି ସମ୍ପୂର୍ଣ୍ଣ ସତ । ଆପଣ ଭାବୁଥିବେ ଅମିତାଭ ବଚ୍ଚନ ଅନେକ ଦେଶ ବିଦେଶ ବୁଲିଥିଲେ ମଧ୍ୟ ଭୁବନେଶ୍ୱର ପରି ଛୋଟ ସହରର ବିମାନ ବନ୍ଦରକୁ କିପରି ପସନ୍ଦ କଲେ । ହେଲେ ଏକଥା ନିଜେ ପ୍ରକାଶ କରିଛନ୍ତି ବଲିଉଡ଼୍ ମେଗାଷ୍ଟାର ଅମିତାଭ ବଚ୍ଚନ ।

ସୂଚନାର ଅନୁସାରେ ଏକ ସାକ୍ଷାତକାରରେ ବିଗ ବି କହିଛନ୍ତି, ଭୁବନେଶ୍ୱର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦର ତାଙ୍କୁ ଭାରି ପସନ୍ଦ । କାରଣ ବିଜୁ ପଟ୍ଟନାୟକ ବିମାନ ବନ୍ଦର ଅନ୍ୟ ବିମାନ ମନ୍ଦର ତୁଳନାରେ ଏହା ଛୋଟ ହୋଇଥିଲେ ମଧ୍ୟ ଏଠାରେ ବିମାନ ବନ୍ଦର ପରିସର ବେଶ୍ ସଫାସୁତୁରା । ଆଉ ଏଠାରେ ଯାତ୍ରୀଙ୍କ ପାଇଁ ସମସ୍ତ ସୁବିଧା ଉପଲବ୍ଧ । ବିମାନ ବନ୍ଦରରୁ ଯିବା ଆସିବା କରିବା ପାଇଁ ମଧ୍ୟ କୌଣସି ଅସୁବିଧା ନାହିଁ ।

ଏୟାରପୋର୍ଟ ଇଣ୍ଡିଆ ପତ୍ରିକାର ଅଗଷ୍ଟ ୨୦୧୮ ସଂସ୍କରଣରେ ଏହା ପ୍ରକାଶିତ ହୋଇଛି । ଆଉ ଏବେ ଏହା ସୋସିଆଲ ମିଡ଼ିଆରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି । ଏୟାପୋର୍ଟ ଇଣ୍ଡିଆ ପତ୍ରିକା ଏକ ମାସିକ ପତ୍ରିକା ଯାହା ଏହାରପୋର୍ଟ ଅଥରିଟି ଅଫ ଇଣ୍ଡିଆ ଦ୍ୱାରା ପ୍ରକାଶିତ ହୋଇଥାଏ ।