ଶିଶୁ ଜନ୍ମର ଦ୍ୱିତୀୟ ଦିନରେ ମୂକ-ବଧିରତା ବିଷୟରେ ଜଣାପଡିବ ! ଡାକ୍ତରଖାନାରେ ମେସିନ କରିବ ଦିବ୍ୟାଙ୍ଗତା ପରୀକ୍ଷା

42

ଭୋପାଳ : ରାଜ୍ୟ ସରକାର ନୂଆ ବର୍ଷରେ ରାଜ୍ୟବାସୀଙ୍କୁ ଏକ ଭଲ ଉପହାର ଦେବାକୁ ଯାଉଛନ୍ତି । ରାଜ୍ୟରେ ୧୫ ଜିଲ୍ଲାରେ ହିୟରିଂ ସ୍କ୍ରିନିଂ ( ମୂକ-ବଧିରତାର ଯାଂଚ ) ମେସିନ୍ ଲଗାଇବାର ପ୍ରସ୍ତୁତି କରୁଛନ୍ତି । ଯେଉଁଥିରେ ଜନ୍ମର ଦ୍ୱିତୀୟ ଦିନରେ ହିଁ ଶିଶୁଟରି ମୂକ-ବଧିର ବିଷୟରେ ଜଣାପଡିଯିବ ।

ଦିବ୍ୟାଙ୍ଗତାର ସଠିକ୍ ସମୟରେ ଜାଣିବା ଦ୍ୱାରା ଏହାର ଚିକିତ୍ସା କରିବାରେ ସୁବିଧା ହୋଇଯିବ । ସ୍ୱାସ୍ଥ୍ୟ ବିଭାଗ ମଂଜୁରୀ ପାଇଁ ସରକାର ପ୍ରସ୍ତାବ ପଠାଉଛନ୍ତି । ଅପ୍ରେଲ୍ ୨୦୧୮ ଯାଏ ମେସିନ୍ ଆସିବାର ଆଶା କରାଯାଉଛି । ବର୍ତ୍ତମାନରେ ଏହି ସୁବିଧା ଦେଶର ମେଟ୍ରୋ ସିଟିର ଅନେକ ବଛା ବଛା ହସ୍ପିଟାଲରେ ରହିଛି ।

ରାଜ୍ୟରେ ପ୍ରତିବର୍ଷ ୨ହଜାର ପିଲା ଏହି ଦିବ୍ୟାଙ୍ଗତା( ମୂକ-ବଧିର) ଭାବେ ଜନ୍ମ ହେଉଛନ୍ତି । ସେମାନେ କହିପାରନ୍ତି ନାହିଁ କି ଶୁଣି ପାରନ୍ତି ନାହିଁ । । ମାତା-ପିତାଙ୍କୁ ଏହାର ପତ୍ତା ଜନ୍ମର ଅଢେଇ ରୁ ତିନି ବର୍ଷ ପରେ ଜଣାପଡିଥାଏ । ଏହି ବୟସରେ ଚିକିତ୍ସା ଜଟିଳ ହୋଇଯାଏ । ଏବଂ ପୁଣି ଏ ସମୟରେ ସ୍ପିଚ୍ ଥେରାପି ଧିମା ଭାବେ କାମ କରିଥାଏ ।

ଏହାକୁ ଦେଖି ବିଭାଗ ହିୟରିଂ ସ୍କ୍ରିନିଂ ମେସିନ୍ ଲଗାଉଛନ୍ତି । ପାଇଲଟ ଆଧାରରେ ଏହି ମେସିନ ରାଜ୍ୟର ବଛା ବଛା ୧୫ଟି ଜିଲ୍ଲାରେ ମେଡିକାଲ କଲେଜ ପରିସରରେ ସଂଚାଳିତ ହେବ । ଏବଂ ବଡ ବଡ ଜିଲ୍ଲା ହସ୍ପିଟାଲରେ ଲଗାଯାଇପାରେ । ଏହା ଉପରେ ବିଚାର ଚାଲିଛି । ଏହାପରେ ୫୧ଟି ଜିଲ୍ଲାରେ ଏହି ସୁବିଧା ଦିଆଯିବ । ଏକ ମେସିନର ଦାମ୍ ପାଖାପାଖି ସାଢେ ଚାରି କୋଟି ଟଙ୍କା ଅଟେ । ଏବଂ ଏହା ରାଷ୍ଟ୍ରୀୟ ବାଳ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ ଅନୁସାରେ କିଣାଯିବ । ମେସିନ୍ ପାଇଁ ହସ୍ପିଟାଲରେ ଅଲଗା ଟେକ୍ନିସିଆନ୍ ନିଯୁକ୍ତ ହେବେ ।

ଜନ୍ମ ପରେ ଶିଶୁଟି ପୁରା ସୁସ୍ଥ କି ନାହିଁ ଦ୍ୱିତୀୟ ଦିନରେ ଏହି ମେସିନରେ ଯାଂଚ କରାଯିବ । ଯାଂଚ ସମୟରେ ଶିଶୁର କାନରେ ଇୟରଫୋନ୍ ଭଳି ଉପକରଣ ଲଗାଇ ଏହାର ଶବ୍ଦ ପିଲାର କାନ ଯାଏ ପହଁଚାଯିବ । ଏବଂ ପୁଣି ଏହାର ଚେହେରାର ଭାବଭଙ୍ଗୀ ଦେଖାଯିବ । ଏହାଦ୍ୱାରା ଏହାର ଶୁଣିବାର କ୍ଷମତା ବିଷୟରେ ଜଣାପଡିବ ।

( ସୌଜନ୍ୟ- ନଇଦୁନିଆ)