ସୁରକ୍ଷାକୁ ଆଖିଠାର ! ଭିତରକନିକା ଜଙ୍ଗଲରୁ ପ୍ରାୟ ୧୦ ଏକର ଜମିରେ ବିରଳ ଲୁଣା ଜଙ୍ଗଲ ସଫା

42

କନକ ବ୍ୟୁରୋ: ରାଜନଗର ଭିତରକନିକା ଅଂଚଳରେ ଲୁଣା ଜଙ୍ଗଲର ସୁରକ୍ଷା ଓ ନୂତନ ଲୁଣା ଜଙ୍ଗଲ ସୃଷ୍ଟି ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଉଛି । କିନ୍ତୁ ସୁରକ୍ଷା ପରିବର୍ତ୍ତେ ଜାତୀୟ ଉଦ୍ୟାନରେ ଥିବା ଲୁଣା ଜଙ୍ଗଲ ଧ୍ୱଂସ ହେବାରେ ଲାଗିଛି । ଭିତରକନିକା ରେଂଜ ଅନ୍ତର୍ଗତ ଶୈଳେନ୍ଦ୍ରସରାଇ ଗାଁ ନିକଟରେ ଥିବା ଜଙ୍ଗଲରୁ ପ୍ରାୟ ୧୦ ଏକର ଜମିରେ ବିରଳ ଲୁଣା ଜଙ୍ଗଲକୁ କାଟି ସଫା କରିଦିଆଯାଇଛି । ଏହି ୧୦ ଏକର ଜମିରେ ଥିବା ୨ ହଜାରରୁ ଅଧିକ ଗଛକୁ କାଟିଦିଆଯାଇଛି । ଗଛ ମୂଳରୁ ଫୁଟେ ଓ ଅଧଫୁଟ ଲେଖାଁଏ ଛାଡି ଗଛଟିକୁ ଲୁଟି ନିଆଯାଇଛି ।

ସବୁଠାରୁ ବଡ କଥା ହେଉଛି, ତାଳଚୁଆରୁ ପ୍ରଭାତି ଲୁଣା ଘେରିବନ୍ଧର ଶୈଳେନ୍ଦ୍ରସରାଇ ନିକଟରେ ଏହି ଜଙ୍ଗଲକୁ କାଟି ସଫା କରିଦିଆଯାଇଛି । ଜଙ୍ଗଲ କଟାଯାଉଥିବା ସମ୍ପର୍କରେ ଯେମିତି କେହି କିଛି ଜାଣିନପାରିବେ ସେଥିପାଇଁ ରାସ୍ତାକଡରେ କିଛି ଗଛକୁ ଛାଡି ଜଙ୍ଗଲ ଭିତରେ ଏହି ବିରଳ ଲୁଣା ଜାତୀୟ ଗଛକୁ କଟାଯାଇଛି । ବଡ ପ୍ରଶ୍ନ ଉଠୁଛି, କଡା ସୁରକ୍ଷା ସତ୍ୱେ ରାସ୍ତା କଡର ମାତ୍ର ୧୦ ଫୁଟ ଜଙ୍ଗଲକୁ ଛାଡି ୨ ହଜାର ବିରଳ ଲୁଣା ଜାତୀୟ ଗଛକୁ କିଭଳି କାଟିନିଆଗଲା ।