ଶେଷ ରାତି ହେଲା ଲଜ୍ଜାର ରାତି ! ବେଙ୍ଗାଲୁରୁରେ ନୂଆ ବର୍ଷ ପୂର୍ବଦିନ ଶହ ଶହ ମହିଳାଙ୍କୁ ଯୌନ ନିର୍ଯାତନା

97

ମହିଳାଙ୍କ ସୁରକ୍ଷା ପ୍ରଶ୍ନ ଆସିଲେ ବେଙ୍ଗାଲୁରୁ ଯେ ଦିଲ୍ଲୀ ଠାରୁ ବହୁ ପଛରେ ରହିଛି ତାହା ପ୍ରମାଣିତ ହୋଇଛି । କାରଣ ନୂଆ ବର୍ଷ ପୂର୍ବରାତିରେ ଏଭଳି ଏକ ଘଟଣା ଘଟିଛି ଯାହା କେବଳ ବେଙ୍ଗାଲୁରୁ ପାଇଁ ନୁହେଁ ବରଂ ସମଗ୍ର ଦେଶ ପାଇଁ ହୋଇଛି ଲଜ୍ଜାର ରାତି । ଆଉ ବୋଧହୁଏ ପାଲଟି ଯାଇଛି ୨୦୧୬ର ସବୁଠାରୁ ଚର୍ଚ୍ଚିତ ଖବର । କିଛି ଅସାମାଜିକ ଯୁବକଙ୍କ ବର୍ବରତାର ଶିକାର ହୋଇଛନ୍ତି ଶତାଧିକ ମହିଳା ଓ ଯୁବତୀ ।

ସୂଚନା ଅନୁସାରେ, ଏମଜି ରୋଡ ଓ ବ୍ରିଗେଡ୍ ରୋଡରେ ଶତାଧିକ ଲୋକ ନିଜ ପରିବାର ସହ ନୂଆ ବର୍ଷ ପାଳନ ପାଇଁ ଏକତ୍ରିତ ହୋଇଥିଲେ । ଆଉ ଏହାର ସୁଯୋଗ ନେଇ କିଛି ଅସାମାଜିକ ଯୁବକ ସେଠାରେ ଉପସ୍ଥିତ ଶହଶହ ମହିଳାଙ୍କୁ ଅସଦାଚରଣ ଆରମ୍ଭ କରିଦେଇଥିଲେ । ସେମାନଙ୍କ ସମ୍ବେଦନଶୀଳ ଅଙ୍ଗକୁ ଛୁଇଁବା ସହ ଦେଇଥିଲେ ଯୌନ ନିର୍ଯାତନା ।

ତେବେ ସବୁଠାରୁ ଦୁଃଖଦ ଘଟଣା ହେଉଛି ଏତେ ଭିଡ ଭିତରେ ପଳାଇଯିବାକୁ ଅସଫଳ ଥିବା ମହିଳାମାନେ ଅସହାୟ ହୋଇ କାନ୍ଦି ପକାଇଥିଲେ । ଘଟଣା ସ୍ଥଳରେ ପ୍ରାୟ ୧୫୦୦ ପୁଲିସ୍ ଉପସ୍ଥିତ ଥିଲେ ହେଁ ଭିଡ ଏତେ ଥିଲା ଯେ ଦୁର୍ବୃତ୍ତ ମାନଙ୍କୁ କାବୁ କରିପାରିନଥିଲେ । ଏପରିକି ଘଟଣାରେ ପୁଲିସ୍ ଏଯାଏ କାହାକୁ ଗିରଫ କରିପାରିନାହିଁ ।