କାର ଠାରୁ ବି ଲମ୍ବା ବାଇକ୍ ଚଳାନ୍ତି ଏହି ବାଙ୍ଗାଲୁରୁ ଯୁବକ, ବାଇକ୍ ର ଲମ୍ବ ଶୁଣି ହୋଇଯିବେ ଆଶ୍ଚର୍ଯ୍ୟ । ଜାଣନ୍ତୁ ଏହାର ଅନ୍ୟାନ୍ୟ ବିଶେଷତ୍ୱ

26

ଆଜିକାଲିର ଜନଗହଳିପୂର୍ଣ୍ଣ ରାସ୍ତାରେ ୧୩ଫୁଟ ଲମ୍ବାର ଏକ ବାଇକ୍ ଚଲାଇବା କଥା ଆପଣ କେବେ ଭାବିଛନ୍ତି କି ? କିନ୍ତୁ ବେଙ୍ଗାଲୁରୁର ଜଣେ ଯୁବକ ଏହି କଥା ଭାବିବା ସହ ନିଜ ପାଇଁ ୧୩ଫୁଟର ଏକ ଲମ୍ବା ବାଇକ୍ ତିଆରି କରିଛନ୍ତି । ଏହାର ଲମ୍ବା କୌଣସି କାରର ଲମ୍ବା ସହ ସମାନ ବୋଲି କୁହାଯାଉଛି । ବେଙ୍ଗାଲୁରୁରେ ରହୁଥିବା ୨୯ବର୍ଷୀୟ ଜାକିର ଖାନଙ୍କ ଏହି ବାଇକ୍ ବିଶ୍ୱର ସବୁଠାରୁ ଲମ୍ବା ବାଇକ୍ ମଧ୍ୟରେ ସ୍ଥାନ ପାଇଛି ।

ଜାକିର ଜଣେ ଇଣ୍ଟେରିୟର ଡ଼ିଜାଇନର ହୋଇଥିବା ବେଳେ ବାଇକ୍କୁ ନେଇ ତାଙ୍କର ସୌକ୍ ଅଧିକ । ଯାହା ପାଇଁ ତାଙ୍କ ମନରେ ୧୩ଫୁଟ ଲମ୍ବା ବାଇକ୍ ତିଆରି କରିବାର ଇଚ୍ଛା ଆଣିଥିଲା । ଏହି ବାଇକକୁ ତିଆରି କରିବା ପାଇଁ ତାଙ୍କୁ ୪୫ଦିନ ଲାଗିଥିବା ବେଳେ ଏହି ଗାଡ଼ିର ଓଜନ ୪୫୦ କେ.ଜି ବୋଲି ଜଣା ପଡ଼ିଛି । ଗୋଟିଏ ସିଟ୍ ବିଶିଷ୍ଟ ଏହି ବାଇକକୁ ତିଆରି କରିବା ପାଇଁ ତାଙ୍କୁ ପ୍ରାୟ ୭.୫ଲକ୍ଷ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିଥିଲା । ଗାଡ଼ିଟି ୫.୫ ଫୁଟ ଚଉଡ଼ା ବୋଲି ଜଣା ପଡ଼ିଛି ।