ସୁନ୍ଦର ତ୍ୱଚା ପାଇଁ କମଳା ଚୋପାର ବ୍ୟବହାର ବିଷୟରେ ଜାଣନ୍ତୁ . . . . . .

38

ସମସ୍ତେ ସୁନ୍ଦର ଦେଖାଯିବା ପାଇଁ ଚାହିଥାଆନ୍ତି ଓ ସେଥିପାଇଁ ବଜାରରେ ମିଳୁଥିବା ଅନେକ ପ୍ରସାଧନୀ ସାମଗ୍ରୀକୁ ମୁହଁରେ ବ୍ୟବହାର କରିଥାଆନ୍ତି । ଯାହାଦ୍ୱାରା ତ୍ୱଚା ଖରାପ ହେବାର ସମ୍ଭାବନା ରହିଥାଏ । ମାତ୍ର ଘରୋଇ ଜିନିଷକୁ ନିୟମିତ ବ୍ୟବହାର କରିବା କରିବା ଦ୍ୱାରା ତ୍ୱଚାକୁ ଉଜ୍ଜ୍ୱଳତା ପ୍ରଦାନ କରିହେବ । ଆମେ ବିଭିନ୍ନ ପ୍ରକାରର ଫଳକୁ ଖାଇବା ପରେ ଚୋପାକୁ ଫୋପାଡ଼ି ଦେଇଥାଉ । କିନ୍ତୁ ଏହି ଚୋପାର ବ୍ୟବହାରରେ ତ୍ୱଚାକୁ ସୁନ୍ଦର ତଥା ଉଜ୍ଜ୍ୱଳ କରା ଯାଇ ପାରିବ । ତ୍ୱଚାକୁ ସୁନ୍ଦର ଓ ମୁଲାୟମ ରଖିବା ପାଇଁ ମହିଳା ମାନେ ପାର୍ଲର ଯିବା ସହ ବିଭିନ୍ନ ଘରୋଇ ଉପଚାର କରିଥାନ୍ତି । ତେବେ ଘରୋଇ ଉପଚାରରେ କମଳାକୁ ସାମିଲ୍ କରନ୍ତୁ । କାରଣ ସୁନ୍ଦର ଓ ଉଜ୍ୱଳ ତ୍ୱଚା ପାଇଁ କମଳା ବହୁତ ଉପକାରୀ ।

– କମଳା ଚୋପାରେ ଥିବା ସାଇଟ୍ରିକ୍ ଏସିଡ୍ ବ୍ରଣ ଦୂର କରିବାରେ ସାହାଯ୍ୟ କରିଥାଏ ।

– କମଳା ରସକୁ ମୁହଁରେ ଲଗାଇ ୨-୩ ମିନିଟ୍ ପର୍ଯ୍ୟନ୍ତ ରଖିବା ପରେ ଧୋଇ ଦିଅନ୍ତୁ । ଏପରି କରିବା ଦ୍ୱାରା ମୁହଁରେ ଚମକ ଆସେ ।

– କମଳା ପ୍ରଚୁର ପରିମାଣର ଭିଟାମିନ୍-ସି ରହିଛି । ଯାହକି ତ୍ୱଚାରେ କୋଲୋଜେନର ମାତ୍ରା ବଢାଇଥାଏ ।

– କମଳା ଚୋପାକୁ ଶୁଖାଇ ଗୁଣ୍ଡ କରନ୍ତୁ । ଏଥିରେ କ୍ଷୀର ଓ ଦହି ମିଶାଇ ପ୍ୟାକ୍ ପ୍ରସ୍ତୁତ କରନ୍ତୁ । ଏହି ପେଷ୍ଟକୁ ମୁହଁରେ ଲଗାଇଲେ ବ୍ରଣ ଓ ଦାଗ ଦୂର ହେବା ସହ ମୁହଁକୁ ପ୍ରାକୃତିକ ଉପାୟରେ ବ୍ଲିଚ୍ କରିଥାଏ ।

– କମଳା ଚୋପାକୁ ଗୁଣ୍ଡକୁ ସ୍କ୍ରବ୍ ଭାବେ ମଧ୍ୟ ବ୍ୟବହାର କରିପାରିବେ । ଦହିରେ ମିଶାଇ ଲଗାଇଲେ ଟ୍ୟାନ୍ ଦୂର ହେବା ସହ ମୁହଁ ପୂର୍ବାପେକ୍ଷା ଅଧିକ ଉଜ୍ଜଳ ଦେଖା ଯାଇଥାଏ । କମଳା ଚୋପାରେ ମହୁ ମଧ୍ୟ ମିଶାଇ ମୁହଁରେ ଲଗାଇ ପାରିବେ ।

ତେଣୁ ଏହାକୁ ମୁହଁରେ ଲଗାଇବା ସହ ପ୍ରତିଦିନ ଖାଦ୍ୟ ତାଲିକାରେ ଗୋଟିଏ କମଳା ସାମିଲ୍ କଲେ ତ୍ୱଚା ପାଇଁ ବେଶ୍ ଉପକାରୀ ସାବ୍ୟସ୍ତ ହୋଇଥାଏ ।