କେଉଁ ବୟସରେ କେତେ କ୍ଷୀର ପିଇବା ଜରୁରୀ ! ପଢନ୍ତୁ ପୂରା ରିପୋର୍ଟ

174

ଭାରତରେ ଅଧିକାଂଶ ଲୋକ କ୍ଷୀର ଖାଇବାକୁ ପସନ୍ଦ କରିଥାନ୍ତି । ସକାଳେ ଓ ରାତିରେ ଶୋଇବା ପୂର୍ବରୁ କ୍ଷୀର ପିଇବା ଶରୀର ପାଇଁ ବେଶ ସ୍ୱାସ୍ଥ୍ୟ ଉପଯୋଗୀ । କ୍ଷୀରରେ ଭରି ରହିଥିବା ପ୍ରୋଟିନ ଓ ଏମିନୋ ଏସିଡ ଶରୀରକୁ ସୁସ୍ଥ ରଖିବାରେ ସହାୟକ ହୋଇଥାଏ । ଅଣ୍ଡା ଭଳି କ୍ଷୀରରେ ମଧ୍ୟ ସବୁ ପ୍ରକାର ପ୍ରୋଟିନ ଭରି ରହିଥାଏ । କେବଳ ଆଇରନ ଓ ଭିଟାମିନ-ସିର ମାତ୍ରା କ୍ଷୀରରେ କମ ରହିଥାଏ । କ୍ଷୀର ପିଇବା ଦô୍ାରା ଶୀରରର ଶାରୀରିକ ବିକାଶ ହେବା ସହ ମାନସିକ ବିକାଶ ହୋଇଥାଏ । ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ବୃଦ୍ଧଙ୍କ ପର୍ଯ୍ୟନ୍ତ ସମସ୍ତେ କ୍ଷୀର ପିଇବାକୁ ଭଲ ପାଇଥାନ୍ତି । ତେବେ କେଉଁ ବୟସରେ କେତେ ପରିମାଣର କ୍ଷୀର ପିଇବା ଆବଶ୍ୟକ ତାହା ଜାଣଛନ୍ତି କି?

ଜନ୍ମରୁ ୧ ବର୍ଷ ପର୍ଯ୍ୟନ୍ତ : ଶିଶୁଙ୍କ ପାଇଁ ମା’ କ୍ଷୀର ସବୁଠାରୁ ଉପଯୁକ୍ତ । ଶିଶୁ ଜନ୍ମ ହେବାର ଏକବର୍ଷ ପର୍ଯ୍ୟନ୍ତ ଗାଈ, ମଇଁଷି କିମ୍ବା ପ୍ୟାକେଟ କ୍ଷୀର ଶିଶୁଙ୍କୁ ଦେବା ଉଚିତ ନୁହେଁ । ପ୍ୟାକେଟ କ୍ଷୀର, ମଇଁଷି ଓ ଗାଈଙ୍କ କ୍ଷୀର ଶିଶୁଙ୍କ ଶରୀର ପାଇଁ ବିପଦଜନକ । ତା ଛଡା ଜନ୍ମ ହେବାର ୬ ମାସ ପର୍ଯ୍ୟନ୍ତ ପ୍ରତିଦିନ ଶିଶୁଙ୍କୁ ୬୦୦ ମିଲି କ୍ଷୀର ଦେବା ଆବଶ୍ୟକ । ଏହାଛଡା ୬ରୁ ୧୨ ମାସ ପର୍ଯ୍ୟନ୍ତ ଶିଶୁଙ୍କୁ ପ୍ରତିଦିନ ୧ ଲିଟର କ୍ଷୀର ଦେବା ଆବଶ୍ୟକ ।

jabalpur-mp-Schools-anganwadis-long-wait-for-milk-children-Rural-Development-rate-of-milk-between-MP-Dairy-Federation-99792c୧ ରୁ ୨ ବର୍ଷ ପଯ୍ୟନ୍ତ : ଜନ୍ମର ୧ରୁ ୨ ବର୍ଷ ଶିଶୁଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଏହି ବୟସରେ ଶିଶୁଙ୍କର ମସ୍ତିଷ୍କର ବିକାଶ ହୋଇଥାଏ । ତେଣୁ ଏହି ସମୟରେ ଅଧିକ ଫ୍ୟାଟ ଡାଏଟ ବା ଅଧିକ ପୋଷକ ତତ୍ତ୍ୱର ଆବଶ୍ୟକତା ରହିଥାଏ । ଏହିସବୁ ଆବଶ୍ୟକତା ପୂରଣ କରିବା ପାଇଁ ଶିଶୁଙ୍କୁ କ୍ରିମ କ୍ଷୀର ଦେବା ଆବଶ୍ୟକ । ଏଥିପାଇଁ ଦିନରେ ୩ରୁ ୪ କପ୍ କ୍ଷୀର ପ୍ରାୟ ୮୦୦ରୁ ୯୦୦ ମିଲି କ୍ଷୀର ଦେବା ଆବଶ୍ୟକ ।

୨ରୁ ୩ ବର୍ଷ ପର୍ଯ୍ୟନ୍ତ : ୨ରୁ ୩ ବର୍ଷର ଶିଶୁ ଅଧିକ ସମୟ ଖେଳକୁଦରେ ବିତାଇଥାନ୍ତି । ତେଣୁ ଏହି ବୟସର ଶିଶୁଙ୍କୁ ପ୍ରତିିଦିନ ଦୁଇ କପ କ୍ଷୀର କିମ୍ବା କ୍ଷୀର ଜାତୀୟ ଦ୍ରବ୍ୟ ଦେବା ଆବଶ୍ୟକ ।

୪ରୁ ୮ ବର୍ଷ : ଏହି ବୟସରେ ଶିଶୁଙ୍କର ଶାରିରୀକ ଓ ମାନସିକ ବିକାଶ ହୋଇଥାଏ । ତେଣୁ ଏହି ବୟସର ପିଲାଙ୍କୁୁ ଦେଢ କପ କ୍ଷୀର ପିଇବାକୁ ଦେବା ସହ କ୍ଷୀରରୁ ପ୍ରସ୍ତୁତ ହେଉଥିବା ଦ୍ରବ୍ୟ ଯେପରିକି ପନୀର, ଦହି ଭଳି ଦ୍ରବ୍ୟ ଦେବା ଆବଶ୍ୟକ ।

download (1)୯ ବର୍ଷରୁ ଉଦ୍ଧ୍ୱର୍ : ଏହି ବୟସରେ ଶିଶୁ ମାନଙ୍କୁ ଅଧିକ ପରିମାଣର କ୍ୟାଲୋରୀ ଆବଶ୍ୟକ । ଶରୀରର ବିକାଶ ପାଇଁ ଏହି ବୟସର ଶିଶୁଙ୍କୁ ୩୦୦୦ କ୍ୟାଲୋରୀର କ୍ଷୀର ଆବଶ୍ୟକ ହୋଇଥାଏ । ତେଣୁ ଏହି ବୟସର ପିଲାଙ୍କୁ ପ୍ରତିଦିନ ତିନି କପ କ୍ଷୀର କିମ୍ବା ଦୁଗ୍ଧଜାତ ଦ୍ରବ୍ୟ ଯେପରିକି ଦହି ,ପନିର ଦେବା ଆବଶ୍ୟକ । ଶରୀରର ଅସ୍ଥିକୁ ମଜବୁତ କରିବା ପାଇଁ କ୍ଷୀରର ଆବଶ୍ୟକତା ରହିଥାଏ । ଏଥିପାଇଁ କେବଳ ଶିଶୁଙ୍କୁ ନୁହେଁ ବଡ ମାନଙ୍କୁ ମଧ୍ୟ ତିନି କପ କ୍ଷୀର ପିଇବା ଆବଶ୍ୟକ ।

ବୟସ୍କଙ୍କ ପାଇଁ : ବୟସ୍କ ମାନଙ୍କ ପାଇଁ ମଧ୍ୟ କ୍ଷୀରର ଅତ୍ୟନ୍ତ ଆବଶ୍ୟକତା ରହିଛି । ତେବେ କ୍ରିମ କ୍ଷୀର ବଦଳରେ ଏହି ବୟସର ବ୍ୟକ୍ତିଙ୍କୁ ଟୋଡ କିମ୍ବା ସ୍କିମଡ କ୍ଷୀର ଦେବା ଆବଶ୍ୟକ । କ୍ରିମ କ୍ଷୀରରେ ୧୪୬ କ୍ୟାଲୋରୀ, ୮ ଗ୍ରାମ ଫ୍ୟାଟ ରହିଥିବା ବେଳେ ସ୍କିମଡ କ୍ଷୀରରେ ୮୩ କ୍ୟାଲୋରୀ ରହିଥାଏ ଏବଂ ଏହି କ୍ଷୀରରେ ଫ୍ୟାଟ ରହିନଥାଏ ।

ସୌଜନ୍ୟ : ଓନଲି ମାଇଁ ହେଲଥ