ଧଳା କୁର୍ତ୍ତା, କଳା ଚଷମା ! ସାମ୍ନାକୁ ଆସିଲା ୨୫ ବର୍ଷ ତଳର ବାବା ରାମଦେବଙ୍କ ଷ୍ଟାଇଲିସ ଲୁକର ଫଟୋ

70

ଯୋଗଗୁରୁ ବାବା ରାମଦେବଙ୍କ ଘନିଷ୍ଠ ସହଯୋଗୀ ଆଚାର୍ଯ୍ୟ ବାଳକୃଷ୍ଣଙ୍କର କିଛି ଫଟୋ ଏବେ ଭାଇରାଲ ହେବାରେ ଲାଗିଛି । ଏବେ ଆପଣ ଭାବୁଥିବେ ଆଚାଯ୍ୟଙ୍କ ଫଟୋରେ ଏମିତି କଣ ଅଛି ଯେ ଯାହା ଏତେ ମାତ୍ରାରେ ଭାଇରାଲ ହେବାରେ ଲାଗିଛି !

ତେବେ ଆମେ ଏଠାରେ ଆପଣଙ୍କୁ କହି ରଖୁଛୁୁ ଯେ, ଆଚାର୍ଯ୍ୟ ବାଳକୃଷ୍ଣ ତାଙ୍କର ୨୫ ବର୍ଷର ପୁରୁଣା ଫଟୋ ଟ୍ୱିଟରରେ ସେୟାର କରିଛନ୍ତି । ଯେଉଁ ଫଟୋକୁ ନେଇ ଏବେ ଚାରିଆଡେ ଚର୍ଚ୍ଚା । ଏଥିମଧ୍ୟରୁ ଗୋଟେ ଫଟୋରେ ରାମଦେବ ଏବଂ ବାଳକୃଷ୍ଣଙ୍କୁ ଏକାଠି ଦେଖିବାକୁ ମିଳିଛି । ଏହି ଫଟୋରେ ବାବାଙ୍କୁ ଏକ ଭିନ୍ନ ଅନ୍ଦାଜରେ ଦେଖିବାକୁ ମିଳିଛି । ଏଥିରେ ବାବା ଧଳା କୁର୍ତା ଏବଂ କଳା ଚଷମା ପରିଧାନ କରିଥିବା ଦେଖିବାକୁ ମିଳିଛି । ବାବାଙ୍କ ଏଭଳି ମଡର୍ଣ୍ଣ ରୂପ ଦେଖି ଅନେକ ଲୋକ ଆଶ୍ଚର୍ଯ୍ୟ ହୋଇ ଯାଇଛନ୍ତି ।

ଫଟୋ ସେୟାର କରିବା ସମୟରେ ବାଳକୃଷ୍ଣ କିଛି ଫଟୋ ସମ୍ପର୍କିତ କ୍ୟାପସନ ଲେଖିଥିଲେ । ଗତକାଲି ତାଙ୍କୁ ଆସାମ ସ୍ଥିତ ବୋଡୋଲ୍ୟାଣ୍ଡ ଯିବା ଲାଗି ସୁଯୋଗ ମିଳିଥିଲା,ସେଠାରେ ତାଙ୍କର କିଛି ପୁରୁଣା ସ୍ମୃତି ମନେ ପଡିଯାଇଥିବା କ୍ୟାପସନରେ ଲେଖିଥିଲେ । ଏହି ଫଟୋ ତାଙ୍କ ଅତୀତକୁ ତାଜା କରିଥିବା କହିଛନ୍ତି ବାଲକୃର୍ଷ୍ଣ ।