ବଡ଼ଙ୍କ ବଡ଼ ଲାଭଦାୟକ ବେବି ପାଉଡର୍ ! ଜାଣନ୍ତୁ ଏହାର ୬ଟି ଫାଇଦା

62

ଛୋଟ ପିଲାଙ୍କ ତ୍ୱଚାକୁ କୋମଳ ରଖିବା ପାଇଁ ବେବି ପାଉଡର୍ ବ୍ୟବହାର କରାଯାଏ । କିନ୍ତୁ ଏହି ବେବି ପାଉଡର୍ ବଡ଼ ଲୋକଙ୍କ ବଡ଼ କାମରେ ଆସିଥାଏ । ଏହା ଆପଣଙ୍କ ପାଇଁ ଡ୍ରାଏ ସାମ୍ପୁର କାମ କରିବା ସହ କପଡାରୁ ଗ୍ରୀସର ଦାଗ ମଧ୍ୟ ହଟାଇଥାଏ । ତେବେ ନଜର ପକାନ୍ତୁ ବେବି ପାଉଡରର କିଛି ଉପକାରିତା ଉପରେ ।

• ପାଦରୁ ଅତ୍ୟଧିକ ଝାଳ ବାହାରୁଥିଲେ ବେବି ପାଉଡର କାମରେ ଆସିଥାଏ । ପିନ୍ଧିବା ପୂର୍ବରୁ ଯୋତା ବା ଚପଲରେ କିଛି ବେବି ପାଉଡର୍ ପକାଇ ପିନ୍ଧନ୍ତୁ । ଏପରି କଲେ ପାଦରୁ ଝାଳ ଏବଂ ଦୁର୍ଗନ୍ଧ ଉଭୟ ଚାଲିଯିବ ।

• ଯଦି କେଶ ଚିପ୍ ଚିପ୍ ଲାଗେ ସେତେବେଳେ ଏହି ବେବି ପାଉଡର୍ ଭଲ କାମରେ ଆସିଥାଏ । ଯଦି ସାମ୍ପୁ କରିବାକୁ ସମୟ ହେଉନାହିଁ ଆଉ ଆପଣଙ୍କ ଚୁଟି ତେଲିଆ ବା ଚିପ୍ ଚିପ୍ ଲାଗୁଛି ତେବେ କିଛି ବେବି ପାଉଡର୍ ବ୍ୟବହାର କରନ୍ତୁ । ଏପରି କଲେ ଅତିରିକ୍ତ ତେଲ ଚାଲିଯିବା ସହ କେଶ ସାମ୍ପୁ କରିବା ପାରି ଦେଖାଯିବ ।

• ଏକାଠି ଗହଣା ରଖିଲେ ସେମାନଙ୍କ ମଧ୍ୟରେ ଗଣ୍ଠି ପଡିଯାଏ । ଯାହା ଗୃହିଣୀ ମାନଙ୍କ ବଡ଼ ସମସ୍ୟା । ତେବେ ଏପରି ସ୍ଥଳେ କିଛି ବେବି ପାଉଡର୍ ଲଗାଇଲେ ଗଣ୍ଠି ଖୋଲିଯାଏ ।

• ନିଜର ପସନ୍ଦର ପୋଷାକରେ ଯେତେବେଳେ ତେଲ ଦାଗ ଲାଗିଯାଏ ସେତେବେଳେ ଖୁବ୍ କଷ୍ଟ ହୋଇଥାଏ । କାରଣ ତେଲ ଦାଗ ସହଜରେ ଯାଇନଥାଏ । ତେବେ ଏଥିପାଇଁ ସମାଧାନ ହେଉଛି ବେବି ପାଉଡର୍ । ଦାଗ ଲାଗିଥିବା ସ୍ଥାନରେ ଅଧିକ ପରିମାଣର ବେବି ପାଉଡର୍ ଲଗାଇ କିଛି ସମୟ ଛାଡି ଦିଅନ୍ତୁ । ୧ ଘଂଟା ପରେ ଧୋଇ ଦିଅନ୍ତୁ ।

• ସେହିପରି ଆଉ ଏକ ସମସ୍ୟା ହେଉଛି ବର୍ଷା ଦିନେ ବହି ଝାଳେଇବା । ଯାହା ଦ୍ୱାରା ଖୁବ୍ ଶୀଘ୍ର ନଷ୍ଟ ହୋଇଯାଏ ବହି ସବୁ । ତେଣୁ ଝାଳେଇଥିବା ବହିର ପୃଷ୍ଠାରେ ବେବି ପାଉଡର୍ ପକାଇ ଏକ ପେପର୍ ବ୍ୟାଗରେ ରଖିଦିଅନ୍ତୁ । କିଛି ଦିନ ପରେ ଦେଖିବେ ବହିରୁ ଜଳୀୟ ଅଂଶ ଚାଲିଯାଇଥିବ ।

• ଘରୋଇ କାମରେ ଯଦି ଗ୍ଲୋବ୍ ପିନ୍ଧୁଛନ୍ତି ତେବେ ବାରମ୍ବାର ଏହାକୁ ଖୋଲି କି ପିନ୍ଧିଲେ ଅସୁବିଧା ହୋଇଥାଏ । ତେଣୁ ଏହି ଥରେ ଖୋଲିବାର ପରେ ଦ୍ୱିତୀୟ ଥର ପିନ୍ଧବା ପୂର୍ବରୁ ହାତ ଏବଂ ଆଙ୍ଗୁଠିରେ ବେବି ପାଉଡର୍ ଦିଅନ୍ତୁ । ଫଳରେ ଗ୍ଲୋବ୍ସ ଆଉ ଚିପକିବ ନାହିଁ ।