ସମ୍ବଲପୁର ଜିନ୍ସ ପିନ୍ଧା ଭିକାରୀ ମାମଲାରେ ପୁଲିସର ଛାନଭିନ୍ : ଭିକ ମାଗୁଥିବା ଅବସ୍ଥାରେ ଗୁଜରାଟୀ ଝିଅଙ୍କୁ ପୁଲିସ କରିଛି ଉଦ୍ଧାର

36

କନକ ବ୍ୟୁରୋ : ସମ୍ବଲପୁର ମାନେଶ୍ୱର ଓ ନକ୍ସାପାଲି ଅଂଚଳରେ ଗୁଜରାଟରୁ ଆସି ରାଜରାସ୍ତାରେ ଭିକ ମାଗୁଥିବା ଝିଅଙ୍କୁ ନେଇ ପୁଲିସ ତଦନ୍ତ ଜୋରଦାର କରିଛି । ୨୮ତାରିଖ ଦିନ ସେମାନେ ଭିକ ମାଗୁଥିବା ବେଳେ ପୁଲିସ ସେମାନଙ୍କୁ ଉଦ୍ଧାର କରିଛି । ଉତ୍ତରାଂଚଳ ଡିଆଇଜି ସତ୍ୟବ୍ରତ ଭୋଇଙ୍କ କହିବା ଅନୁସାରେ ପୁଲିସ ଅନୁମାନ ଅନୁସାରେ ପୁରୀର ରଥଯାତ୍ରା ସମୟରେ ଏମାନେ ଆସିଥିଲେ । ଗୁଜରାଟ ଯିବା ରାସ୍ତା ସମ୍ବଲପୁର ହୋଇଥିବାରୁ ଏମାନେ ଏଭଳି କରିଥାଇପାରନ୍ତି ବୋଲି ପୁଲିସ ଅନୁମାନ କରୁଛି ।

ସେମାନେ ଯେଉଁ ଅଂଚଳର ସେହି ଅଂଚଳର ଲୋକାଲ ଥାନାକୁ ଝିଅମାନଙ୍କ ବାବଦରେ ତଥ୍ୟ ଦେବାକୁ ଯୋଗାଯୋଗ କରାଯାଇଛି । ସେମାନଙ୍କର ଅପରାଧ ସହିତ କୌଣସି ସମ୍ପର୍କ ଅଛି ନା ନାହିଁ ସେଦିଗରେ ସମ୍ବଲପୁର ପୁଲିସ ଛାନଭିନ୍ ଜାରି ରଖିଥିବା କହିଛନ୍ତି ଡିଆଇଜି ।