ବୈଜ୍ଞାନିକଙ୍କ ଗବେଷଣାରୁ ଜଣାପଡିଛି ଯେ, ମୁତ୍ୟୁ ହୋଇ ନଥିଲେ ମଧ୍ୟ ଏକ ଗଛ ମୁତ୍ୟୁ ପରର ଦେଇଥାଏ ଅନୁଭବ!

31

କନକ ବ୍ୟୁରୋ : ମୃତ୍ୟୁପରେ ବି ହୋଇଥାଏ ଅନୁଭବ । ଏହା ବିଶ୍ୱାସ ହେଉ ନଥିଲେ ମଧ୍ୟ ସତ । ତେବେ ପ୍ରାଚୀନ କାଳରୁ ଦେଖିବାକୁ ମିଳୁଥିବା ଏକ ଗଛକୁ ନେଇ ଅଜବ ତଥ୍ୟ ଦେଇଛନ୍ତି ବୈଜ୍ଞାନିକ । ଅନେକ ଦିନର ଗବେଷଣା ପରେ ବାଣିଷ୍ଟେରିଓପ୍ସିସ୍ କାପି ନାମକ ଗଛର ରସକୁ ପିଇବା ପରେ ମୃତ୍ୟୁ ପରେ ହେଉଥିବା ଅନୁଭବକୁ ଜଣେ ଜାଣି ପାରିବ ବୋଲି ବୈଜ୍ଞାନିକମାନେ ଦାବି କରିଛନ୍ତି । ଏହି ଗଛରୁ ବାହାରୁଥିବା ରସକୁ ଆୟାହୁୟାସ୍କା ବୋଲି ମଧ୍ୟ କୁହାଯାଏ । ତେବେ ଏହି ରସ ପିଇବା ପରେ ଶରୀରରୁ ଆତ୍ମା ବାହାରକୁ ବାହାରିବାର ଅନୁଭବ ହୋଇଥାଏ । ଏଭଳି ଅନୁଭବ କିଛି ଘଣ୍ଟା ପର୍ଯ୍ୟନ୍ତ ହୋଇଥାଏ ବୋଲି ବୈଜ୍ଞାନିକମାନେ ଗବେଷଣା କରି ସ୍ପଷ୍ଟ କରିଛନ୍ତି । ଏହାକୁ ପ୍ରମାଣ କରିବା ପାଇଁ ବୈଜ୍ଞାନିକମାନେ ୧୩ଜଣ ଲୋକଙ୍କୁ ନେଇ ଗବେଷଣା କରିଥିଲେ । ଏହି ଗବେଷଣାଟି ଇମ୍ପେରିଆଲ କଲେଜ ଅଫ୍ ଲଣ୍ଡନରେ କରାଯାଇଥିଲା ।

ତେବେ ଏହି ପରୀକ୍ଷା ସମୟରେ ପ୍ରଥମେ ୧୩ ଜଣଙ୍କୁ ଏହି ଗଛର ରସ ପିଇବାକୁ ଦିଆ ଯାଇଥିଲା । ଯାହା ପରେ ସେମାନଙ୍କ ଗତିବିଧିକୁ ଲକ୍ଷ୍ୟ କରିଥିଲେ ବୈଜ୍ଞାନିକ । ଏହି ରସ ଶରୀରକୁ ଯିବା ପରେ ସାଇକୋଆକ୍ଟିଭ୍ ଡ଼୍ରଗ୍ସ ଭଳି କାମ କରିବା ସହ ଲୋକମାନେ ନିଜ ସାମ୍ନାରେ ନିଜର ଆତ୍ମାକୁ ଦେଖି ପାରନ୍ତି । ଠିକ୍ ସେଭଳି କିଛି ଦେଖିବାକୁ ମିଳିଥିଲା ୧୩ଜଣଙ୍କ କ୍ଷେତ୍ରରେ । ରସ ପିଇବା ପରେ ସେମାନେ ନିଜ ଆତ୍ମାକୁ ଶରୀରରୁ ବାହାରକୁ ଯିବା ଭଳି ଅନୁଭବ କରିଥିଲେ । ତାଙ୍କ ଆତ୍ମା ତାଙ୍କୁ ଛାଡ଼ି ଉପରକୁ ଯାଉଥିବା ସେମାନେ ଦେଖିବାକୁ ପାଇଥିଲେ ବୋଲି ରସର ପ୍ରଭାବ ଛାଡ଼ିବା ପରେ ଜଣାଇଥିଲେ । ଏହି ଗବେଷଣାର ମୁଖ୍ୟ କୈରହେଟ୍ ହରିସଙ୍କ କହିବା ଅନୁଯାୟୀ, ଏହି ଗବେଷଣାରୁ ଆମେ ମୃତ୍ୟୁ ସମୟରେ ଏବଂ ପରେ ଲୋକମାନେ କିପରି ଅନୁଭବ କରନ୍ତି ତାହା ଆମେ ଜାଣି ପାରିଛୁ।