ସୌନ୍ଦର୍ଯ୍ୟ ଉପଚାରରେ ଅଦା ! ଜାଣନ୍ତୁ କିପରି କରିବେ ବ୍ୟବହାର

83

ମସଲା ଏବଂ ଖାଦ୍ୟରେ ବ୍ୟବହୃତ ଅଦା ସୌନ୍ଦର୍ଯ୍ୟ ଉପଚାର ପାଇଁ ମଧ୍ୟ ବେଶ୍ ଉପକାରୀ । ତ୍ୱଚା ଏବଂ କେଶ ଜାତୀୟ ଅନେକ ସମସ୍ୟା ଦୂର କରିଥାଏ ଅଦା । ଏବେ ନଜର ପକାନ୍ତୁ କିପରି କରିବେ ବ୍ୟବହାର ।

• ଅଦା ଏଣ୍ଟିଅକ୍ସିଡେଣ୍ଟ୍ ଯୁକ୍ତ ହୋଇଥିବାରୁ ଉଭୟ ତ୍ୱଚା ଓ କେଶ ପାଇଁ ଉପକାରୀ । କପେ ଅଦା ରସରେ ଏକ ଚାମଚ ମହୁ ମିଶାଇ ତୁଳା ଦ୍ୱାରା ମୁହଁରେ ଲଗାନ୍ତୁ । ଅଧ ଘଣ୍ଟା ପରେ ଥଣ୍ଡା ପାଣିରେ ଧୁଅନ୍ତୁ । କଳା ଦାଗ ଲିଭିବା ସହ ତ୍ୱଚାର ଚମକ ବଢ଼ିବ।

• ଜୋଜୋବା ତେଲରେ ଅଳ୍ପ ଅଦା ରସ ମିଶାଇ କେଶ ମୂଳରେ ଘଷନ୍ତୁ । ରୁପି ସମସ୍ୟା ଥିଲେ ଚାଲିଯିବ ।

• ଦୁଇ ଚାମଚ ଗୋଲାପ ଜଳରେ ଏକ ଚାମଚ ଲେଖାଏଁ ଅଦା ରସ ଓ ମହୁ ଫେଣ୍ଟି ମୁହଁ, ବେକରେ ଲଗାନ୍ତୁ । କିଛି ସମୟ ପରେ ଥଣ୍ଡା ପାଣିରେ ଧୁଅନ୍ତୁ । ଦେହ ଥଣ୍ଡା ରହିବା ସହ ଘିମିରି ସମସ୍ୟା ହେବ ନାହିଁ ।

• ଅଲିଭ୍ ତେଲ ଓ ଅଦା ରସ ମିଶାଇ ଓଠରେ ଲଗାନ୍ତୁ । କଳା ଓଠ ଧୀରେ ଧୀରେ ସଫା ପଡ଼ିବ ।

• ଗାଧୋଇବା ପୂର୍ବରୁ ଅଲିଭ୍ ତେଲରେ ସମାନ ପରିମାଣର ଚିନି, ଅଦା ରସ, ଲେମ୍ବୁ ରସ ପକାଇ ଲଗାଇଲେ ତ୍ୱଚାର ଉଜ୍ୱଳତା ବଢ଼ିବ।

• ଅଳ୍ପ ପାଣିରେ ଦୁଇ ଚାମଚ ଆଲମଣ୍ଡ୍ ତେଲ, କିଛି ଗୋଲାପ ପାଖୁଡ଼ା ଓ ଖଣ୍ଡେ ଅଦା ପକାଇ ପାଦ ବୁଡ଼ାଇରଖନ୍ତୁ । ଗୋଇଠି ଦାଗ ଲିଭିଯିବ ।