ବାରମ୍ବାର ବରଫ ପାହାଡରୁ ଖସିବା ପରେ ମଧ୍ୟ ହାର ମାନିଲାନି ଛୁଆ ଭାଲୁ, ଶେଷକୁ…. ଦେଖନ୍ତୁ ଭିଡିଓ

ହାର ନମାନିବାକୁ ମେସେଜ୍ ଦେଲା ଭାଲୁ ଛୁଆ, ଦେଖନ୍ତୁ ଭିଡିଓ

272

ଆମେରିକାରେ ଏକ ଭିଡିଓ ଫୁଟେଜ ଖୁବ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓକୁ ଅନେକ ଲୋକ ପ୍ରେରଣାଦାୟକ ବୋଲି ମାନିନେଇଛନ୍ତି , କାରଣ ଭିଡିଓ କିଛି ସାମାନ୍ୟ ନୁହେଁ ମାତ୍ର ଏହି ଭିଡିଓ ଭଲ ଶିକ୍ଷା ଦେଇଛି । ଯାହା ଦେଖି ଲୋକ ଅନେକ କିଛି ଶିଖିପାରିବେ ।

ଭିଡିଓରେ ଦେଖିବାକୁ ମିଳିଛି ଯେ ଏକ ଭାଲୁ ଛୁଆ ବରଫ ଆଚ୍ଛାଦିତ ପାହାଡ ଚଢିବା ଲାଗି କିଭଳି କଠିନ ପରିଶ୍ରମ କରିବାରେ ଲାଗିଛି । ୱାଇଲ୍ଡ ଲାଇଫକୁ ନେଇ ଲୋକଙ୍କ ମନରେ ଅନେକ ଜିଜ୍ଞାସା ରହିଥାଏ, ସେହିଭଳି ଏହି ଭିଡିଓ ଦେଖିଲେ ଆପଣ ନିଶ୍ଚୟ ଖୁସି ହୋଇଯିବେ । ଏହି ଭିଡିଓକୁ ସୋସିଆଲ ମିଡିଆରେ ପ୍ରେରଣାଦାୟକ ମ୍ୟାସେଜ ଲେଖି ଶେୟାର କରାଯାଉଛି ।

ଭିଡିଓରେ ଦେଖିବାକୁ ମିଳିଛି ଯେ କିଭଳି ମା ଭାଲୁ ପାଖକୁ ଯିବା ପାଇଁ କଠିନ ପରିଶ୍ରମ କରି ପାହାଡ ଚଢିବାରେ ଲାଗିଛି । ମାତ୍ର ବାରମ୍ବାର ଖସିଯାଉଛି । ଯାହାର ଦୃଶ୍ୟ ଛିଡା ହୋଇ ଦେଖୁଛି ମା ଭାଲୁ । ମାତ୍ର ଏହି କୁନି ଭାଲୁ ହାର ମାନି ନାହିଁ । ଏହି କୁନି ଭାଲୁ ବାରମ୍ବାର ପ୍ରୟାସ କରି ନିଜ କଡା ପରିଶ୍ରମ ବଳରେ ଶେଷରେ ପହଂଚି ପାରିଛି ମା’ ଭାଲୁ ପାଖରେ ।