ସାବଧାନ! ଠକ ମାତିଛନ୍ତି

79

ଦେଶରେ ସମସ୍ତ ବ୍ୟାଙ୍କ ଗୁଡିକ ଖୋଲିବା ପରେ ଲୋକମାନେ ନିଜର ନୋଟ୍ ଗୁଡିକ ଜମାକରିବା ଏବଂ ବଦଳାଇବା ପାଇଁ ବ୍ୟାଙ୍କରେ ଲମ୍ବା ଲାଇନ ଲଗାଇଛନ୍ତି । ଏହି ଭିଡର ସୁଯୋଗ ନେଇ କିଛି ଠକ୍ ଲୋକମାନଙ୍କ ଅର୍ଥ ହଡପ କରିବାର ଯୋଜନା ଆରମ୍ଭ କରିଦେଇଛନ୍ତି । ଲୋକମାନଙ୍କୁ ବିଭିନ୍ନ ସ୍ଥାନ ଏବଂ ବିଭିନ୍ନ ନମ୍ବରରୁ ଫୋନ୍ କଲ ଆସୁଛି । ସେମାନଙ୍କୁ ଡେବିଟ୍ କାର୍ଡ, କ୍ରେଡିଟ୍ କାର୍ଡ, ଓ ବ୍ୟାଙ୍କ ଆକାଂଉଟ୍ ସମ୍ପର୍କିତ ତଥ୍ୟ ଗୁଡିକ ମାଗୁଛନ୍ତି । ଏହି ଠକ୍ ମାନଙ୍କ ଠାରୁ ନିଜକୁ ଦୂର କରିବା ପାଇଁ କିଛି କଥା ଉପରେ ଆମକୁ ଦୃଷ୍ଟିଦେବାକୁ ପଡିବ ।

କାହାକୁ ବି ଡେବିଟ୍ କାର୍ଡ କିମ୍ବା କ୍ରେଡିଟ୍ କାର୍ଡ ସମ୍ବନ୍ଧୀୟ ତଥ୍ୟ ଦେବା ଉଚିତ୍ ନୁହେଁ, ଯେଉଁମାନେ ଏହି ସମ୍ବନ୍ଧୀୟ ତଥ୍ୟ ମାଗୁଛନ୍ତି ଜାଣିବା କଥା ସେମାନଙ୍କର କିଛି ମନ୍ଦ ଉଦ୍ଦେଶ୍ୟ ରହିଛି । ଇଂଟରନେଟ୍ ବ୍ୟାଙ୍କ ସଂପର୍କିତ ତଥ୍ୟ କାହାକୁ ଦେବା ଠିକ୍ କଥା ନୁହଁ । ଓଟିପି ବିଷୟରେ କେବେବି ନିଜ ବ୍ୟତୀତ ଅନ୍ୟ କାହାକୁ କୁହନ୍ତୁ ନାହିଁ । ଡେବିଟ୍ କାର୍ଡ ଏବଂ କ୍ରେଡିଟ୍ କାର୍ଡ ସବୁବେଳେ ନିଜ ପାଖରେ ରଖନ୍ତୁ, ଏହାର ପିନ୍ କାହାକୁ ପ୍ରଦାନ କରନ୍ତୁ ନାହିଁ ।