ବରଗଡରେ ପୁଣି ଚାଷୀ ଆତ୍ମହତ୍ୟା ଅଭିଯୋଗ

31

ବରଗଡ : ବରଗଡ ଜିଲ୍ଲାରେ ପୁଣି ଚାଷୀ ଆତ୍ମହତ୍ୟା ଅଭିଯୋଗ । ବରଗଡ ବ୍ଲକ ଅନ୍ତର୍ଗତ ଗୁଡେଶିରା ପଂଚାୟତ ବାଘପତ୍ରା ଗାଁର ସୁରେଶ ଭୁଏ କିଟନାଶକ ପିଇ ଆତ୍ମହତ୍ୟା କରିଥିବା ଜଣାପଡିଛି । ଫସଲହାନୀ ଓ ଋଣବୋଝ ଯୋଗୁଁ ସେ ଆତ୍ମହତ୍ୟା କରିଥିବା ସମ୍ପର୍କୀୟମାନେ ଅଭିଯୋଗ କରିଛନ୍ତି । ଗତବର୍ଷ ୩ଏକର ଜମିରେ ସେ ଧାନ ଚାଷ କରିଥିଲେ ଚକଡା ପୋକ ଯୋଗୁଁ ଫସଲ ନଷ୍ଟ ହୋଇଥିଲା ,ଏବଂ ଚଳିତ ବର୍ଷ ମଧ୍ୟ ଆଶାନୁରୂପ ବର୍ଷା ହୋଇନଥିବାରୁ ଚାଷ ବାଧାପ୍ରାପ୍ତ ହୋଇଛି। ଏହା ମଧ୍ୟରେ ବ୍ୟାଙ୍କ ଓ ହାତ ଉଧାରି ଋଣ ଯୋଗୁଁ ସେ ମାନସିକ ଭାରସାମ୍ୟ ହରାଇ ନିଜ ଘରେ କୀଟନାଶକ ପିଇ ଆତ୍ମହତ୍ୟା କରିଥିବା କୁହାଯାଇଛି ।