ହୋଟେଲରେ ରୁମ ଅଭାବରୁ ଓଡିଶା ଆସିପାରୁନି ଟିମ ଇଣ୍ଡିଆ ! ୧୯ରେ ହେବ ମ୍ୟାଚ

62

କନକ ବ୍ୟୁରୋ: ଭୁବନେଶ୍ୱରରେ ହୋଟେଲ ରୁମ ନମିିଳିବାରୁ ଆସିପାରିଲେନି ଟିମ୍ ଇଣ୍ଡିଆ ଖେଳାଳି । ଏକ ଜାତୀୟ ଗଣମାଧ୍ୟମରେ ପ୍ରକାଶ ପାଇଥିବା ରିପୋର୍ଟ ଅନୁସାରେ ଭାରତୀୟ କ୍ରିକେଟ ଟିମର ଖେଳାଳିମାନେ ରହୁଥିବା ଭୁବନେଶ୍ୱରର ଏକ ନିର୍ଦ୍ଦିଷ୍ଟ ହୋଟେଲରେ ବୁଧବାର ପର୍ଯ୍ୟନ୍ତ ରୁମ ଖାଲିନାହିଁ । ବିବାହ ଉତ୍ସବ ଯୋଗୁଁ ସମସ୍ତ ରୁମ୍ ବୁକ ଥିବା ଜଣାପଡିଛି ।

ତେଣୁ ବୁଧବାର ଯାଏଁ ପୁଣେରେ ରହିବେ ଟିମ ଇଣ୍ଡିଆ ପ୍ଲେୟାର । ସେହିଠାରେ ହିଁ ଅଭ୍ୟାସ କରିବେ । ବୁଧବାର ସକାଳ ୧୧ଟା ୩୦ରେ କଟକ ଅଭିମୁଖେ ବାହାରିବେ ବୋଲି ଜଣାପଡିଛି । ବୁଧବାର ଅପରାହ୍ନରେ କଟକ ବାରବାଟୀ ଷ୍ଟାଡିୟମରେ ନେଟ୍ସରେ ଅଭ୍ୟାସ କରିବେ ବିରାଟ ବାହିନୀ ।

ତେବେ ଗୁରୁବାର ଏଠାରେ ଇଣ୍ଡିଆ ଓ ଇଂଲଣ୍ଡ ମଧ୍ୟରେ ଦ୍ୱିତୀୟ ଦିନିକିଆ ମ୍ୟାଚ ଖେଳାଯିବ । ପୁଣେରେ ଭାରତୀୟ ଦଳର ବିଜୟ ପରେ ଉତ୍ସାହିତ ଅଛନ୍ତି କ୍ରେକେଟ ପ୍ରେମୀ । ଆଉ ଖେଳାଳି ଆସିବାରେ ବିଳମ୍ବକୁ ନେଇ ଅସନ୍ତୋଷ ପ୍ରକାଶ ପାଇଛି ।