ଆରବିଆଇ ହେଲ୍ପଲାଇନ୍ ନମ୍ବରକୁ କଲ୍ କରିବା ପଡ଼ିଲା ମହଙ୍ଗା ! ବ୍ୟାଙ୍କ୍ ଖାତାରୁ ତୁରନ୍ତ ଗାୟବ୍ ହୋଇଗଲା ଟଙ୍କା

188

ହେଲ୍ପଲାଇନ୍ ସରକାରୀ ହେଉ କି ବେସରକାରୀ, ଲୋକଙ୍କ ସାହାଯ୍ୟ ପାଇଁ ଦିଆଯାଇଥାଏ । କିନ୍ତୁ ହେଲ୍ପଲାଇନ୍ ନମ୍ବର ଯୋଗୁଁ ଯଦି ଟଙ୍କା ହରାଇବା ପାଇଁ ପଡ଼େ, ତେବେ ଲୋକେ ହେଲ୍ପଲାଇନ୍ ନମ୍ବରକୁ କଲ କର୍ି ପ୍ରଶ୍ନ ପଚାରିବା ପାଇଁ ଭୟ କରିବେ । ସୂଚନାଯୋଗ୍ୟ ବିମୁଦ୍ରାକରଣ ପରେ ଆରବିଆଇ ୫୦୦ ଓ ୧୦୦୦ ଟଙ୍କିଆ ବଦଳାଇବା ପାଇଁ ଏକ ହେଲ୍ପଲାଇନ୍ ନମ୍ବର ଜାରିକରିଥିଲା । ତେବେ ନିକଟରେ ଏହି ହେଲ୍ପଲାଇନ୍ ନମ୍ବରକୁ କଲ୍ କରି ଜଣେ ବୟୋଜ୍ୟଷ୍ଠ ବ୍ୟକ୍ତି ୪୮,୦୦ ଟଙ୍କା ହରାଇଛନ୍ତି ।

ସୂଚନା ଅନୁସାରେ ମୁମ୍ବାଇର ମଲାଡ଼ ଅଂଚଳରେ ଏହି ଅଭାବନୀୟ ଘଟଣା ଘଟିଛି । ଏବଂ ଏହି ଖବର ପ୍ରଘଟ ପରେ ଲୋକେ ଆତଙ୍କିତ ହୋଇପଡ଼ିଛନ୍ତି । ୭୩ ବର୍ଷିୟ ବିଜୟ କୁମାର ମାରୱାଙ୍କ ସହ ଏପରି ଧୋକ୍କା ହୋଇଛି । ସୂଚନା ଅନୁସାରେ ବିଜୟ ନିକଟରେ ନିଜର ଘର ପରିବର୍ତ୍ତନ କରିଛନ୍ତି । ଆଉ ଏଥିରେ ପୁରୁଣା ଘରର ସଫାସୁତୁରା ସମୟରେ ୭୦୦ ହଜାର ଟଙ୍କାର ପୁରୁଣା ନୋଟ୍ ମିଳିଥିଲା । ତେଣୁ ପୁରୁଣା ନୋଟ୍ ବଦଳାଇବା ପାଇଁ ସେ ଇଂଟରନେଟ୍ ସର୍ଚ୍ଚ କରି ହେଲ୍ପଲାଇନ୍ ନମ୍ବର ବାହାର କରିଥିଲେ ।

ପୁରୁଣା ନୋଟ୍ ଫେରାଇବା ପାଇଁ ଆରବିଆଇ ଇଂଟରନେଟରୁ ବାହାର କରିଥିବା ହେଲ୍ପଲାଇନ୍ ନମ୍ବରରକୁ କଲ୍ କରିଥିଲେ । ଉକ୍ତ ହେଲ୍ପଲାଇନ୍ ନମ୍ବରରେ କଲ୍ କରିବା ପରେ ତାଙ୍କୁ ବ୍ୟାଙ୍କ ଆକାଉଂଟ ବିଷୟରେ ତଥ୍ୟ ମଗାଯାଇଥିଲା । ତେବେ ସେ ଟଙ୍କା ବଦଳାଇବା ଚକ୍କରରେ ନବୁଝି ନଶୁଛି ବ୍ୟାଙ୍କ୍ ଆକାଉଂଟ ଓ କ୍ରେଡି଼ଟ୍ କାର୍ଡ଼ର ସମସ୍ତ ତଥ୍ୟ ଦେଇଦେଇଥିଲେ । ଏବଂ ଫୋନର ଓଟିପି ନମ୍ବରର ମଧ୍ୟ କହିଦେଇଥିଲେ । ଓଟିପି କହିବା ପରେ ପରେ ତାଙ୍କ ବ୍ୟାଙ୍କ ଖାତାରୁ ୪୮,୦୦୦ ହଜାର ଟଙ୍କା ଗାୟବ ହୋଇଯାଇଥିଲା ।

ତେବେ ସୂଚନା ଅନୁସାରେ ବିଜୟ ଯେଉଁ ନମ୍ବରରକୁ କଲ୍ କରିଥିଲେ ତାହା କୌଣସି ବ୍ୟାଙ୍କ ଅଧିକାରୀଙ୍କ ନମ୍ମର ନଥିଲା । କେହି ଜଣେ ଧୋକ୍କାରେ ତାଙ୍କ ଠାରୁ ଟଙ୍କା ଟଙ୍କା ହଡ଼ପ କରିନେଇଗଲା । ତେବେ ଏନେଇ ବିଜୟ ପୋଲିସରେ ଅଭିଯୋଗ କରିଛନ୍ତି । ଆଉ ପୋଲିସ ଘଟଣାର ଛାନଭିନ୍ ଜାରି ରଖିଛି ।

ଗୁଗଲରେ ସର୍ଚ୍ଚ କରି ଆପଣ ବି ଯଦି ବ୍ୟାଙ୍କର ହେଲ୍ପଲାଇନ୍ ନମ୍ବ ବ୍ୟବହାର କରୁଛନ୍ତି, ତେବେ ସେପରି କରିବା ବନ୍ଦ କରିଦିଅନ୍ତୁ । କାଣ କେହି ବି ଦୁବୃର୍ତ୍ତ ଏଡିିଟ୍ କରି ନିଜ ମୋବାଇଲ୍ ନମ୍ବର ଦେଇପାରିବ । ଆଉ ଏହାଦ୍ୱାରା ଅନେକ ଲୋକ ଠକାମିର ଶିକାର ହେଉଛନ୍ତି ।