କାଠମାଣ୍ଡୁରେ ବଡ ଧରଣର ବିମାନ ଦୁର୍ଘଟଣା ! ହୁତୁହୁତୁ ହୋଇ ଜଳିଗଲା ବିମାନ, ମରିଗଲେ ୨୦ ଯାତ୍ରୀ

33

କାଠମାଣ୍ଡୁରେ ଏକ ବଡ ଧରଣର ବିମାନ ଦୁର୍ଘଟଣା । ବାଂଲାଦେଶର ଏକ ଯାତ୍ରୀବାହୀ ବିମାନ ସୋମବାର ଅପରାହ୍ନରେ ନେପାଳର କାଠମାଣ୍ଡୁର ତ୍ରିଭୁବନ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ଅବତରଣ କଲାବେଳେ ଦୁର୍ଘଟଣାର ସମ୍ମୁଖୀନ ହୋଇଛି। ଅବତରଣ ସମୟରେ ବିମାନଟି ଭାରସାମ୍ୟ ରକ୍ଷା କରି ନ ପାରି ଦୁର୍ଘଟଣାଗ୍ରସ୍ତ ହୋଇଥିବା ପ୍ରାଥମିକ ରିପୋର୍ଟରୁ ଜଣାପଡ଼ିଛି। ଏହି ଦୁର୍ଘଟଣାରେ ଏଯାବତ ମୋଟ ୨୦ ଜଣଙ୍କ ଶବକୁ ଉଦ୍ଧାର କରାଯାଇଛି । ସୂଚନା ଅନୁଯାୟୀ ବିମାନ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଅଧିକାଂଶ ଯାତ୍ରୀ ବାଂଲାଦେଶର ନାଗରିକ ।

ମିଳିଥିବା ସୂଚନା ଅନୁଯାୟୀ, ସୋମବାର ଅପରାହ୍ନରେ ୬୭ ଜଣ ଯାତ୍ରୀଙ୍କୁ ଧରି ୟୁଏସ୍- ବାଂଲା ଏୟାରଲାଇନସର ଏହି ବିମାନଟି ବାଂଲାଦେଶର ରାଜଧାନୀ ଢ଼ାକାରୁ ନେପାଳର ରାଜଧାନୀ କାଠମାଣ୍ଡୁ ଅଭିମେୁଖେ ଉଡ଼ାଣ ଭରିଥିଲା। ତେବେ, ନେପାଳର କାଠମାଣ୍ଡୁର ତ୍ରିଭୁବନ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ବିମାନଟି ଅବତରଣ କଲାବେଳେ ଭାରସାମ୍ୟ ରକ୍ଷା କରି ନପାରି ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲା।

ଏହି ଦୁର୍ଘଟଣାଗ୍ରସ୍ତ ବିମାନରେ ଯାତ୍ରା କରୁଥିବା ୧୭ ଜଣ ଯାତ୍ରୀଙ୍କୁ ଉଦ୍ଧାର କରା ଯାଇଥିବା ଅନ୍ୟ ଯାତ୍ରୀମାନଙ୍କ ସଂପର୍କରେ କିଛି ଖବର ମିଳିପାରି ନାହିଁ। ଏବେ ବି ଉଦ୍ଧାର କାର୍ୟ୍ୟ ଜାରି ରହିଥିବା ସୂଚନା ଦେଇଛନ୍ତି ।ଦୁର୍ଘଟଣା ପରେ କାଠମାଣ୍ଡୁ ବିମାନବନ୍ଦରକୁ ବନ୍ଦ କରି ଦିଆଯାଇଛି । ସୋସିଆଲ ମିଡିଆରେ ବିମାନର ଭଗ୍ନାବଶେଷ ଭାଇରାଲ ହେବାରେ ଲାଗିଛି ।