ବାଲେଶ୍ୱର: ସୋରରେ ବେଆଇନ ମଦ ବିକ୍ରି କରୁଥିବା ଆଡ୍ଡା ଉପରେ ସ୍ୱୟଂ ସହାୟକ ଗୋଷ୍ଠୀ ମହିଳା ମାନଙ୍କର ଆକ୍ରମଣ

38

କନକ ବ୍ୟୁରୋ : ମଦ ବିରୋଧରେ ତାତିଲେ ମହିଳା । ବେଆଇନ ମଦ ବିକ୍ରି କରୁଥିବା ଅଭିଯୋଗ କରି ମହିଳାମାନେ ମଦ ବ୍ୟବସାୟୀଙ୍କ ଉପରେ ଆକ୍ରମଣ କରିଛନ୍ତି । ଭଙ୍ଗାରୁଜା କରିବା ସହ ମଦ ବ୍ୟବସାୟୀ ମହିଳାଙ୍କ ଉପରେ ଆକ୍ରମଣ କରିଛନ୍ତି । ବାଲେଶ୍ୱର ଜିଲ୍ଲା ସୋରରେ ବେଆଇନ ମଦ ବିକ୍ରି କରୁଥିବା ଆଡ୍ଡା ଉପରେ ମହିଳାମାନେ ଅତର୍କିତ ଆକ୍ରମଣ କରିଛନ୍ତି । ମଦ ବିରୋଧୀ ଅଭିଯାନରେ ୧୨ଟି ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନେ ବେଆଇନ ମଦ ବିକ୍ରି ହେଉଥିବା ଦୁଇଟି ସ୍ଥାନରେ ଭଙ୍ଗାରୁଜା କରିଛନ୍ତି  ।

ମହିଳାମାନେ ମଦ ବିକ୍ରିକୁ ବିରୋଧ କରିବାକୁ ଯାଇଥିବା ବେଳେ ଏହାକୁ ମଦ ବ୍ୟବସାୟୀ ବିରୋଧ କରିବାରୁ ବିବାଦର ସୂତ୍ରପାତ ହୋଇଥିଲା । ଏଥିରେ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନେ ତାତି ଯାଇଥିଲେ । ମଦ ଦୋକାନରେ ଭଙ୍ଗାରୁଜା କରିବା ସହ ମଦ ବିକ୍ରି କରୁଥିବା ମହିଳାଙ୍କୁ ମଧ୍ୟ ଅତର୍କିତ ଭାବେ ଆକ୍ରମଣ କରିଥିଲେ । ମହିଳାଙ୍କ ଆକ୍ରମଣରେ ମଦ ବ୍ୟବସାୟୀ ଚମ୍ପା ଓ କାଶୀ ଆହତ ହୋଇଥିବା ଜଣାପଡିଛି । ଅନନ୍ତପୁର ଫାଣ୍ଡି ପୁଲିସ ଘଟଣାସ୍ଥଳରେ ପହଂଚିବା ପରେ ପରିସ୍ଥିତି ନିୟନ୍ତ୍ରଣାଧିନ ହୋଇଛି  ।

ଏହାସହ ଦେଖନ୍ତୁ ଏହି ଭିଡିଓ :