ଏସବିଆଇ କମାଇଲା ବାଲାନ୍ସ ଜରିମାନା !

77

ଭାରତର ସର୍ବବୃହତ ବ୍ୟାଙ୍କ ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ (ଏସବିଆଇ) ପକ୍ଷରୁ ମାସିକ ହାରାହାରି ସର୍ବନିମ୍ନ ବାଲାନ୍ସ ରଖିପାରୁନଥିବା ଗ୍ରାହକମାନଙ୍କ ଉପରେ ଯେଉଁ ଜରିମାନା ଲାଗୁ କରାଯାଉଥିଲା ତାହାକୁ ହ୍ରାସ କରାଯାଇଛି । sbiଜନଧନ ଖାତା ପାଇଁ କୌଣସି ଜରିମାନା ନାହିଁ । ପେନସନଭୋଗୀ, ସାମାଜିକ କଲ୍ୟାଣମୂଳକ ଯୋଜନାର ଅର୍ଥରାଶି ହାସଲ କରୁଥିବା ଲୋକଙ୍କ ଖାତା ଏବଂ ଅପ୍ରାପ୍ତ ବୟସ୍କଙ୍କ ଖାତା ଉପରେ ମଧ୍ୟ ଜରିମାନା ଲଗାଯିବ ନାହିଁ ବୋଲି ବ୍ୟାଙ୍କ ସ୍ପଷ୍ଟ କରିଛି ।

ସର୍ବନିମ୍ନ ବାଲାନ୍ସ ବେଳେ ମେଟ୍ରୋ ଏବଂ ସହରାଞ୍ଚଳ ଉଭୟ ସ୍ଥାନର ଗ୍ରାହକଙ୍କୁ ବ୍ୟାଙ୍କ ସମାନ ଦୃଷ୍ଟିରେ ଦେଖିବେ । ପୂର୍ବରୁ ମେଟ୍ରୋ ଗ୍ରାହକଙ୍କ ପାଇଁ ସର୍ବନିମ୍ନ ବାଲାନ୍ସ ୫ ହଜାର ଟଙ୍କା ରହିଥିଲା । ତାହାକୁ ଖସାଇ ୩୦୦୦ ହଜାର ଟଙ୍କା କରାଯାଇଛି । ଏହାର ଅର୍ଥ ହେଉଛି ମେଟ୍ରୋ ଏବଂ ସହରାଞ୍ଚଳରେ ଖାତା ଥିବା ଗ୍ରାହକମାନଙ୍କ ମାସିକ ହାରାହାରି ସର୍ବନିମ୍ନ ବାଲାନ୍ସ ୩୦୦୦ ଟଙ୍କାରୁ କମ୍‌ ହେଲେ ଶୁଳ୍କ ଲଗାଯିବ । ଶୁଳ୍କରେ ମଧ୍ୟ ୨୦-୫୦%ର ହ୍ରାସ ଘୋଷଣା କରାଯାଇଛି । ଗ୍ରାମାଞ୍ଚଳ ଏବଂ ଅର୍ଦ୍ଧ ସହରାଞ୍ଚଳ ଉପରେ ଶୁଳ୍କ ପରିମାଣ ୨୦-୪୦ ଟଙ୍କା ମଧ୍ୟରେ ରଖାଯାଇଛି । ସେହିପରି ମେଟ୍ରୋ ଏବଂ ସହରାଞ୍ଚଳର ଗ୍ରାହକଙ୍କ ପାଇଁ ଶୁଳ୍କ ପରିମାଣ ୩୦-୫୦ ଟଙ୍କା ରହିଛି । ଖାତାରେ ସର୍ବନିମ୍ନ ବାଲାନ୍ସ ନରହିଲେ ଯେଉଁSBI ଅଞ୍ଚଳରେ ଖାତା ରହିଛି, ସେହି ଅନୁସାରେ ଶୁଳ୍କ ଆଦାୟ କରାଯିବ । ନୂତନ ନିୟମ ଅକ୍ଟୋବରଠାରୁ ଲାଗୁ ହେବ ।

ଷ୍ଟେଟବ୍ୟାଙ୍କର ୪୨ କୋଟି ସଞ୍ଚୟ ଜମା ଖାତା ଗ୍ରାହକ ରହିଛନ୍ତି । ସେଥି ମଧ୍ୟରୁ ୧୩ କୋଟି ହେଉଛି ଜନ ଧନ ଖାତା । ଏବେ ସର୍ବନିମ୍ନ ବାଲାନ୍ସ ନିୟମକୁ କୋହଳ କରାଯାଇଥିବାରୁ ଅଧିକ ୫ କୋଟି ଗ୍ରାହକ ଲାଭବାନ ହେବେ ବୋଲି ଆଶା କରାଯାଉଛି । ଷ୍ଟେଟ୍‌ ବ୍ୟାଙ୍କର ଆର୍ଥିକ ଅନ୍ତର୍ଭୁକ୍ତୀକରଣ ଖାତା, କ୍ଷୁଦ୍ର ଖାତା, ଫେଲା କଦମ୍‌, ଫେଲି ଉଡାନ୍‌ ଖାତା ଏବଂ ବେସିକ୍‌ ସେଭିଙ୍ଗ ବ୍ୟାଙ୍କ ଡିପୋଜିଟ୍‌ ଖାତା ଉପରେ ସର୍ବନିମ୍ନ ବାଲାନ୍ସ ଶୁଳ୍କ ଲାଗୁ କରାଯିବ ନାହିଁ ।