ଭୁବନେଶ୍ୱର ଷ୍ଟେସନରେ ଗୋରୁଚାଲାଣ ବେଳେ ଆକ୍ରମଣ ଘଟଣା ! ସିସିଟିଭି ଫୁଟେଜ୍ ଆଧାରରେ ୨ ବଜରଙ୍ଗ ଦଳ ସଦସ୍ୟ ଗିରଫ

38

କନକ ବ୍ୟୁରୋ: ଭୁବନେଶ୍ୱର ଷ୍ଟେସନରେ ଗୋରୁଚାଲାଣ ବେଳେ ହୋଇଥିବା ଆକ୍ରମଣ ଘଟଣାର ୨ଜଣ ଗିରଫ । ସିସିଟିଭି ଫୁଟେଜ୍ ଆଧାରରେ ବଜରଙ୍ଗ ଦଳ ସଦସ୍ୟ ସୁଦର୍ଶନ ବିଶ୍ୱାଳ ଓ ଶିବାନନ୍ଦ ପଣ୍ଡାଙ୍କୁ ଗିରଫ କରିଛି ଜିଆରପି ପୋଲିସ୍ ।

ଶୁକ୍ରବାର ଷ୍ଟେସନ୍ ମାଷ୍ଟରଙ୍କ ଅଭିଯୋଗ ଆଧାରରେ ମାମଲା ରୁଜୁ କରିଥିଲା ରେଳବାଇ ପୋଲିସ । ବୁଧବାର ରାତିରେ ଭୁବନେଶ୍ୱର ଷ୍ଟେସନରେ ୨ଜଣ ଗୋଚାଲାଣକାରୀଙ୍କୁ ବାନ୍ଧି ନିର୍ଦ୍ଦୟ ଭାବେ ମାଡ ମାରିଥିଲେ ଗୋରକ୍ଷା ସଂଗଠନର ସଦସ୍ୟ ।