ବାହୁବଳୀ ପ୍ରଶଂସକଙ୍କ ପାଇଁ ଖୁସିଖବର ! ଆସିପାରେ ବାହୁବଳୀ – ୩

103

ବାହୁବଳୀ ପ୍ରଶଂସକମାନଙ୍କ ପାଇଁ ଖୁସିଖବର । ଆସିପାରେ ବାହୁବଳୀ – ୩ । ଏନେଇ ସୂଚନା ଦେଇଛନ୍ତି ନିର୍ଦେଶକ ଏସ୍.ଏସ୍ ରାଜାମୌଲୀ । ରାଜାମୌଲୀ କହିଛନ୍ତିି ‘ବାହୁବଳୀର ମାର୍କେଟ୍ ଏବେ ଜୋରରେ ଚାଲିିଛି । ତେଣୁ ବିନା ଭଲ କାହାଣୀରେ ବାହୁବଳୀ – ୩ ତିଆରି କରିବା ବେଇମାନୀ ହେବ । ଯଦି ମୋ ବାପା ପୂର୍ବ ପରି ଭଲ କାହାଣୀ ଦେବେ ତାହେଲେ ମୁଁ ନିଶ୍ଚୟ ବାହୁବଳୀ ୩ ନିର୍ମାଣ କରିବି’ । ତେବେ ଏଥିରୁ ସ୍ପଷ୍ଟ ହୋଇଛି ଯେ ପୁଣି ଥରେ ଦର୍ଶକଙ୍କୁ ଦେଖିବାକୁ ମିଳିବ ଜୋରଦାର ଆକ୍ସନ ସହ ଦରଦାର ଅଭିନୟ ।

ଭାରତୀୟ ସିନେମା ଇତିହାସରେ ଏହା ହେଉଛି ଏପର୍ଯ୍ୟନ୍ତର ସବୁଠାରୁ ସୁପରହିଟ୍ ସିନେମା । ୨୮ ଏପ୍ରିଲରେ ରିଲିଜ୍ ହୋଇଥିବା ବାହୁବଳୀ – ୨ର ବର୍ତ୍ତମାନ ଯାଏଁ ଏହାର ବକ୍ସ ଅଫିସ କଲେକ୍ସନ୍ ରହିଛି ୮୬୦ କୋଟି ।